ସୁନ୍ଦରଗଡ଼ରେ ଡିଏମ୍‌ଏଫ୍ ପାଣ୍ଠିର ବିନିଯୋଗ ହେଉଛି

କେନ୍ଦ୍ରର ଛାଟ ବାଜିଲା ପରେ ନିଦ ଭାଙ୍ଗିଲା: ମନଇଚ୍ଛା ଡିଏମ୍ଏଫ୍ ଖର୍ଚ୍ଚରେ କଟକଣା

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଖଣି ଦ୍ବାରା ପ୍ରଭାବିତ ହେଉଥିବା ଅଞ୍ଚଳ ଗୁଡ଼ିକରେ ଡିଏମ୍‌ଏଫ୍ ପାଣ୍ଠିର ବିନିଯୋଗ କରାଯାଉଛି। ପ୍ରାଥମିକ ହିତାଧିକାରୀଙ୍କୁ ବାଦ୍ ଦେଇ ଖଣି ଅଞ୍ଚଳର ୧୦୦-୩୦୦ କି.ମି ଦୂର ସହରରେ ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ ହେଉଥିବାର ସତ୍ୟତା ଓ କେନ୍ଦୁଝର ଜିଲ୍ଲାରେ ଡିଏମ୍‌ଏଫ୍ ପାଣ୍ଠିରୁ ରେଳପଥ ସଂଯୋଗ ନେଇ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ଉତ୍ତର ରଖିଛନ୍ତି।

ଶ୍ରୀ ବେହେରା କହିଛନ୍ତି ଯେ ସୁନ୍ଦରଗଡ଼ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଓଡ଼ିଶା ଡିଏଫ୍‌ଏମ୍ ରୁଲ ୨୦୧୫ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ କରାଯାଉଛି। ତେବେ ଅନ୍ୟ ସ୍ଥାନରେ ଡିଏମ୍‌ଏଫ୍ ପାଣ୍ଠି ଖର୍ଚ ନେଇ ଦୁଇ ବିଧାୟକ ଉଠାଇଥିବା ଆପତ୍ତି ସମ୍ବନ୍ଧୀୟ କୌଣସି ତଥ୍ୟ ଜିଲ୍ଲା ଖଣିଜ ପାଣ୍ଠି କାର୍ଯ୍ୟାଳୟରେ ହସ୍ତଗତ ହୋଇନାହିଁ।

ଏହାସହ ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ଭାରତୀୟ ରେଳବାଇର ଯୁଗ୍ମ ଉଦ୍ୟୋଗରେ ଓଡ଼ିଶା ରେଲ ଇନଫ୍ରାଷ୍ଟ୍ରକ୍‌ଚର ଡେଭଲପମେଣ୍ଟ ବା ଓଆରଆଇଡି କାର୍ଯ୍ୟକ୍ଷମ ହେଉଛି। କେନ୍ଦୁଝର ଖଣିରୁ ବନ୍ଦର ଓ ଷ୍ଟିଲ ପ୍ଲାଣ୍ଟଗୁଡ଼ିକୁ ଲୁହାପଥର ଚାଲାଣ ସୁଗମ କରିବା ଲକ୍ଷ୍ୟରେ ୧୮ କି.ମି ଦୈର୍ଘ୍ୟର ବାଂଶପାଣି-ବଡ଼ବିଲ ରେଳପଥ ସଂଯୋଗ ଲାଗି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ କେନ୍ଦୁଝର ଡିଏମ୍‌ଏଫ୍‌ ପାଣ୍ଠିରୁ ୩୬୩ କୋଟି ୩୮ଲକ୍ଷ ଟଙ୍କା ଦେବା ଲାଗି ଅନୁରୋଧ କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe