ବାଲେଶ୍ବରରେ ବାଟବଣା ଡିଏମ୍‌ଏଫ୍‌! ୨ ବର୍ଷରେ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆଦାୟ

Advertisment

ଖଣି ଓ ଶିଳ୍ପାଞ୍ଚଳରେ ବସବା‌ସ କରୁଥିବା ଜନସାଧାରଣ ପରିବେଶ ପ୍ରଦୂଷଣଜନିତ ବିଭିନ୍ନ ସମସ୍ୟାରେ ଘାଣ୍ଟି ହୁଅନ୍ତି। ସେଥିଲାଗି ଉକ୍ତ ଅଞ୍ଚଳରେ ଖଣିଜ ପାଣ୍ଠି ଅର୍ଥ ବିନିଯୋଗ ଉପରେ ଗୁରୁତ୍ବ ଦିଆଯାଇଥାଏ।

ଖଣି ଓ ଶିଳ୍ପାଞ୍ଚଳରେ ବସବା‌ସ କରୁଥିବା ଜନସାଧାରଣ ପରିବେଶ ପ୍ରଦୂଷଣଜନିତ ବିଭିନ୍ନ ସମସ୍ୟାରେ ଘାଣ୍ଟି ହୁଅନ୍ତି। ସେଥିଲାଗି ଉକ୍ତ ଅଞ୍ଚଳରେ ଖଣିଜ ପାଣ୍ଠି ଅର୍ଥ ବିନିଯୋଗ ଉପରେ ଗୁରୁତ୍ବ ଦିଆଯାଇଥାଏ।

ଖଣିଜ ମାନ ହେରଫେରକୁ ରୋକିବ ଆଇଓଟି ଡିଭାଇସ୍

ବାଲେଶ୍ବର: ଖଣି ଓ ଶିଳ୍ପାଞ୍ଚଳରେ ବସବା‌ସ କରୁଥିବା ଜନସାଧାରଣ ପରିବେଶ ପ୍ରଦୂଷଣଜନିତ ବିଭିନ୍ନ ସମସ୍ୟାରେ ଘାଣ୍ଟି ହୁଅନ୍ତି। ସେଥିଲାଗି ଉକ୍ତ ଅଞ୍ଚଳରେ ଖଣିଜ ପାଣ୍ଠି ଅର୍ଥ ବିନିଯୋଗ ଉପରେ ଗୁରୁତ୍ବ ଦିଆଯାଇଥାଏ। ମାତ୍ର ବାଲେଶ୍ବର ଜିଲ୍ଲା ଏହାର ଏକ ବ୍ୟତିକ୍ରମ। ଏଠାରେ କୋଟିକୋଟି ଟଙ୍କାର ଖଣିଜ ପାଣ୍ଠିର ସଠିକ୍‌ ବିନିଯୋଗ ହେଉନଥିବା ଦେଖିବାକୁ ମିଳୁଛି। ଜିଲ୍ଲାରେ ଡିଏମ୍‌ଏଫ୍‌ରୁ ୨ ବର୍ଷରେ ୩କୋଟି ଟଙ୍କା ଅନୁଦାନ ଆସିଥିବା ବେଳେ ମାତ୍ର ୬୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଭଳି କି ଅନେକ କାମର ହିସାବ ନାହିଁ।

ମିଳିଥିବା ତଥ୍ୟ ଅନୁଯାୟୀ; ୨୦୨୩-୨୪ ଆର୍ଥିକ ବର୍ଷରେ ବାଲେଶ୍ବର ଜିଲ୍ଲା ଖଣିଜ ପାଣ୍ଠିକୁ ୧ କୋଟି ୩୭ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ଯେଉଁଥିରୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୧ କୋଟି ୨୨ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ତେବେ ଆର୍ଥିକ ବର୍ଷ ସରିଯାଇଥିବା ବେଳେ ଉକ୍ତ ଟଙ୍କାର ପାଖାପାଖି ୫୦ ପ୍ରତିଶତ ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠି ବାବଦକୁ ୧ କୋଟି ୬୯ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ସେଥିରୁ ବର୍ଷ ଶେଷ ସୁଦ୍ଧା ମାତ୍ର ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇ ବାକି ଅର୍ଥ ସେମିତି ପଡ଼ିରହିଛି। 

୨ ବର୍ଷରେ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆଦାୟ
ଖର୍ଚ୍ଚ ହୋଇଛି ୬୬ ଲକ୍ଷ, କାମର ହିସାବ ନାହିଁ

ଜିଲ୍ଲାରେ ଚାଲିଥିବା ବାଲି, ମୋରମ୍‌, ପଥର ଆଦି ଖଣିରୁ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ପ୍ରଶାସନ ତରଫରୁ ଖଣିଜ ପାଣ୍ଠି ଆଦାୟ କରାଯାଇଥାଏ। ସୈରାତଗୁଡ଼ିକ ଦ୍ୱାରା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ଅଞ୍ଚଳ ଏବଂ ପରୋକ୍ଷ ଭାବେ ପ୍ରଭାବିତ ଅଞ୍ଚଳରେ ଏହି ପାଣ୍ଠିର ବିନିଯୋଗ କରାଯିବାର ସରକାରୀ ବିଧିବ୍ୟବସ୍ଥା ରହିଛି। ଏହି ଅନୁସାରେ ଆଦାୟ ହେଉଥ‌ିବା ପାଣ୍ଠିରୁ ସମ୍ପୃକ୍ତ ଅଞ୍ଚଳରେ ଆବଶ୍ୟକତା ଥିବା ବା ଗୁରୁତ୍ୱ ବହନ କରୁଥ‌ିବା ପ୍ରକଳ୍ପ ନିମନ୍ତେ ୬୦ ପ୍ରତିଶତ ଏବଂ ବାକି କ୍ଷେତ୍ରରେ ୪୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରାଯିବା କଥା। କିନ୍ତୁ ଅନୁମୋଦିତ ଉନ୍ନୟନ ପ୍ରକଳ୍ପଗୁଡ଼ିକ ପାଇଁ ମଞ୍ଜୁର ହୋଇଥିବା ପାଣ୍ଠିକୁ ଦେଖିଲେ  ଜିଲ୍ଲାର ଖଣିଜ ପାଣ୍ଠି ବିନିଯୋଗ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଏଥିରେ ବ୍ୟାପକ ହେରଫେର୍‌ ହୋଇଥିବା ଅଭିଯୋଗ ହେଉଛି। ତୁରନ୍ତ ଏ ଦିଗରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe