ଭିନ୍ନ କାମରେ ଲାଗୁଛି ଡିଏମ୍ଏଫ୍‌ ଟ୍ୟାଙ୍କର୍‌: ଆଦିବାସୀଙ୍କ ବଦଳରେ ଚାରାକୁ ପାଣି!

ଭିନ୍ନ କାମରେ ଲାଗୁଛି ଡିଏମ୍ଏଫ୍‌ ଟ୍ୟାଙ୍କର୍‌: ଆଦିବାସୀଙ୍କ ବଦଳରେ ଚାରାକୁ ପାଣି!

ରାଉରକେଲା : ରାଉରକେଲାରେ ଡିଏମଫଏଫ୍‌ ଅର୍ଥ ଖର୍ଚ୍ଚ ପାଇଁ ରହିଥିବା ନିୟମର ଉଲ୍ଲଘଂନ କରାଯାଇଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ପାଇଁ କିଣା ଯାଇଥିବା ଟ୍ୟାଙ୍କର୍‌ସବୁ ବର୍ତ୍ତମାନ ରାଉରକେଲାରେ ରାସ୍ତକଡ଼ରେ ଲଗା ଯାଇଥିବା ଚାରାରେ ପାଣି ଦେବାଲାଗି ବ୍ୟବହାର କରାଯାଉଛି। ଆଦିବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଏହି ଟ୍ୟାଙ୍କର୍‌ ବ୍ୟବହାର ହେବା ବଦଳରେ କିଭଳି ଚାରାରେ ପାଣିଦେବା ପାଇଁ ବ୍ୟବହାର କରାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ସୂଚନା ଅନୁସାରେ, ବିଶ୍ବକପ୍ ପୂର୍ବରୁ ସହରକୁ ସବୁଜ ସୁନ୍ଦର କରିବାଲାଗି ଏହି ଚାରାସବୁ ଲଗାଯାଇଛି। ଚାରାରୋପଣର କାମ ଏକ ଠିକାସଂସ୍ଥା ନେଇଛି। ମାତ୍ର, ଡିଏମ୍‌ଏଫ୍‌ ଅର୍ଥରେ କିଣାଯାଇଥିବା ଟ୍ୟାଙ୍କର୍‌ ଏବେ ଏହି ଠିକାସଂସ୍ଥା କାମରେ ଲାଗୁଛି। ଜିଲ୍ଲାର ଉପାନ୍ତ ଇଲାକାରେ ଅସଂଖ୍ୟ ଖଣି ପ୍ରଭାବିତ ଆଦିବାସୀ ପିଇବା ପାଣିପାଇଁ ଡହଳବିକଳ ହେଉଥିବାବେଳେ ମହାନଗରର ରାସ୍ତାକଡ଼ରେ ଠିକା ସଂସ୍ଥା ଦ୍ବାରା ଲଗା ଯାଇଥିବା ଚାରାରେ ପାଣି ଦେବାଲାଗି ଏହି ଟ୍ୟାଙ୍କର୍‌ଗୁଡ଼ିକର ବ୍ୟାପକ ବ୍ୟବହାର ସହରରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ମାତ୍ର, ସମ୍ପୃକ୍ତ ଠିକାସଂସ୍ଥା ଉପରେ ଏହାର କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳିଛି। ଗୁରୁତ୍ବପୂର୍ଣ୍ଣ ବିଷୟ, ବିଶ୍ବକପ୍‌ ପାଇଁ ଡିଏମ୍‌ଏଫ୍‌ ଅର୍ଥ କେବଳ ଷ୍ଟାଡିୟମ୍‌ ନିର୍ମାଣରେ ବିନିଯୋଗ କରା ଯାଉଛି ବୋଲି ସରକାର କହୁଛନ୍ତି। ଏବେ ଚାରାରେ ପାଣି ଦିଆଯିବା ଘଟଣାରୁ ପ୍ରକୃତ ସତ ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe