ପେଟ୍ରୋଲ୍‌ ଟାଙ୍କି ବିସ୍ଫୋରଣ ଘଟଣା: ଡିଏନ୍‌ଏ ରିପୋର୍ଟରୁ ନିଖୋଜ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେଲା

ପେ‌ଟ୍ରୋଲ୍‌ ପମ୍ପ ବିସ୍ଫୋରଣ ମାମଲା: ରହସ୍ୟ ଖୋଲିଲା ଡିଏନ୍ଏ ଟେଷ୍ଟ୍‌, ସ୍ପଷ୍ଟ ହେଲା ସୀମାଞ୍ଚଳଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜଭବନ ଛକ ପେଟ୍ରୋଲ୍‌ ଟାଙ୍କି ବିସ୍ଫୋରଣ ଘଟଣାରେ ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ‌ହୋଇଛି। ଘଟଣାସ୍ଥଳରୁ ମିଳିଥିବା ମାଂସଖଣ୍ଡ ଓ ହାଡ଼ର ଡିଏନ୍‌ ଟେଷ୍ଟ୍‌ ରିପୋର୍ଟରୁ ଏହା ଜଣାପଡ଼ିଛି। ଗତ ୭ ଅକ୍ଟୋବରରେ ଘଟିଥିବା ଏହି ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସାମାଞ୍ଚଳଙ୍କର ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର-କଟକ ପୁଲିସ୍‌ କମିସନର ଡା.ସୁଧାଂଶୁ ଷଡ଼ଙ୍ଗୀ।

ସେ କହିଛନ୍ତି ଯେ ଫରେନ୍ସିକ୍‌ ଲାବୋରାଟୋରିରୁ ମିଳିଥିବା ଡିଏନ୍‌ଏ ପରୀକ୍ଷା ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡ଼ାଙ୍କର ବିସ୍ଫୋରଣରେ ମୃତ୍ୟୁ ଘଟିଛି କିନ୍ତୁ ଆଉ କୌଣସି ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିନାହାନ୍ତି। ଏହି ଖବର ତାଙ୍କ ପରିବାରକୁ ଜଣାଇ ଦିଆଯାଇଛି। ଏଥିସହ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ ପୁଲିସ୍‌ କମିସନର୍‌। ଏହାଫଳରେ ପେଟ୍ରୋଲ୍‌ ଟାଙ୍କି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ପୁଲିସ କମିସନର କହିଥିଲେ ଯେ ସୀମାଞ୍ଚଳଙ୍କ ମୃତ୍ୟୁ ଖବର ଇଣ୍ଡିଆନ୍ ଅଏଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ଏହାଦ୍ବାରା ଆଇନର ବ୍ୟବସ୍ଥା ଅନୁସାରେ ତାଙ୍କ ପରିବ‌ାର କ୍ଷତିପୂରଣ ପାଇପାରିବେ।  ଏହି ଦୁର୍ଘଟଣା ପରେ ଗଞ୍ଜାମ ଜିଲ୍ଲାର ଅଧିବାସୀ ସୀମାଞ୍ଚଳ ପରିଡ଼ା ନିଖୋଜ ଥିବା କଥା ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ସେ ଉକ୍ତ ପେଟ୍ରୋଲ୍‌ ଟାଙ୍କିରେ କାମ କରିବା ଲାଗି ଆସିଥିଲେ ବୋଲି ମଧ୍ୟ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ତାଙ୍କ ଶରୀରର କୌଣସି ଅଂଶ ଘଟଣାସ୍ଥଳରୁ ନ ମିଳିବାରୁ ସେ ଜୀବିତ କି ମୃତ ତାହା ସ୍ପଷ୍ଟ ହୋଇପାରିନଥିଲା। ଆଜି ଡିଏନ୍‌ଏ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe