ଏଭଳି ନିଜ ସହରକୁ ‘ବାହାରେ ମଳତ୍ୟାଗମୁକ୍ତ’ ଘୋଷଣା କର

Advertisment

ସମସ୍ତ ନିଗମ, ପୌର ସଂସ୍ଥାଙ୍କ ପାଇଁ ମାର୍ଗଦର୍ଶିକା

ସମସ୍ତ ନିଗମ, ପୌର ସଂସ୍ଥାଙ୍କ ପାଇଁ ମାର୍ଗଦର୍ଶିକା

ଏଭଳି ନିଜ ସହରକୁ ‘ବାହାରେ ମଳତ୍ୟାଗମୁକ୍ତ’ ଘୋଷଣା କର

ଭୁବନେଶ୍ୱର : ୨୦୧୯ ଅକ୍ଟୋବର ସୁଦ୍ଧା ସ୍ୱଚ୍ଛ ଭାରତ ମିସନ-ସହରାଞ୍ଚଳ ଅନୁଯାୟୀ ସମସ୍ତ ସହରକୁ ‘ବାହାରେ ମଳତ୍ୟାଗମୁକ୍ତ’ ଅଞ୍ଚଳ କରିବାକୁ ଲକ୍ଷ୍ୟ ସ୍ଥାପନ କରାଯାଇଛି। ଏହି ମିସନରେ ସମସ୍ତଙ୍କ ପାଇଁ ବ୍ୟକ୍ତିଗତ ହେଉ ବା ଗୋଷ୍ଠୀ ପାଇଖାନାର ବ୍ୟବସ୍ଥା ରହିବ। ଯେଉଁ ସହରରେ ଲୋକେ ବାହାରେ ମଳତ୍ୟାଗ କରୁନଥିବେ, ସେହି ସହରକୁ ‘ବାହାରେ ମଳତ୍ୟାଗମୁକ୍ତ’ ଅଞ୍ଚଳ ଘୋଷଣା କରିହେବ। ଏ ନେଇ ପ୍ରସ୍ତୁତ ମାର୍ଗଦର୍ଶିକାକୁ ରାଜ୍ୟର ସମସ୍ତ ମହାନଗର ନିଗମର କମିସନର, ପୌରପାଳିକା, ଏନ୍‌ଏସିର ନିର୍ବାହୀ ଅଧିକାରୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପଠାଇଛି।

ଏହି ମାଗଦର୍ଶିକା ଅନୁସାରେ ପ୍ରତ୍ୟେକ ଘରେ ପାଇଖାନା ପାଇଁ ସ୍ଥାନ ବା ପାଇଖାନା, ଯେଉଁ ଘରେ ପାଇଖାନା ନିର୍ମାଣ ପାଇଁ ସ୍ଥାନ ନଥିବ, ସେଠାରେ ୫୦୦ ମିଟର ଦୂରତା ମଧ୍ୟରେ ଗୋଷ୍ଠୀ ପାଇଖାନା, ସମସ୍ତ ବାଣିଜ୍ୟିକ ସଂସ୍ଥା ନିମନ୍ତେ ସର୍ବାଧିକ ୧ କି.ମି. ଦୂରରେ ଗୋଷ୍ଠୀ ପାଇଖାନା ନିର୍ମାଣ କରିବାକୁ ହେବ। ଯଦି କୌଣସି ବ୍ୟକ୍ତି ବାହାରେ ମଳତ୍ୟାଗ କରୁଥିବାର ଦେଖାଯାଏ, ସେହି ସହରରେ ସଂପୃକ୍ତ ବ୍ୟକ୍ତିଙ୍କୁ ଜରିମାନା ଆଦାୟ ବ୍ୟବସ୍ଥା କରିବାକୁ ପଡ଼ିବ। ସେହିପରି ୨୦୧୧ ପରଠାରୁ ନିର୍ମିତ ସମସ୍ତ ପାଇଖାନା ସମ୍ବନ୍ଧୀୟ ତଥ୍ୟ ସହରର ପୋର୍ଟାଲ୍‌ରେ ସ୍ଥାନିତ କରିବା ବାଧ୍ୟତାମୂଳକ। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାଇଖାନାର ଛବି ମଧ୍ୟ ପୋର୍ଟାଲ୍‌ରେ ରଖିବାକୁ ପଡ଼ିବ।

ଗୋଟିଏ ସହରକୁ ‘ବାହାରେ ମଳତ୍ୟାଗମୁକ୍ତ’ ବା ଓଡିଏଫ୍‌ ଘୋଷଣା ନିମନ୍ତେ ସେହି ସହରର ସମସ୍ତ ଓ୍ଵାର୍ଡକୁ ଓଡିଏଫ୍‌ ଘୋଷଣା କରିବାକୁ ହେବ। ସମସ୍ତ ଓ୍ଵାର୍ଡ ‘ବାହାରେ ମଳତ୍ୟାଗମୁକ୍ତ’ ଅଞ୍ଚଳ ଭାବେ ଘୋଷିତ ହେବା ପରେ ସହର ପ୍ରଶାସନ ପକ୍ଷରୁ ଏକ ସଂକଳ୍ପ ନିଆଯିବ। ଶେଷରେ କେନ୍ଦ୍ର ସହରାଞ୍ଚଳ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛ ପ୍ରମାଣପତ୍ର ଦିଆଯିବ। ସେବାସ୍ତରୀୟ ସ୍ଥିତି ଏବଂ ସ୍ୱାଧୀନ ପର୍ଯ୍ୟବେକ୍ଷଣ ମାଧ୍ୟମରେ ‘ବାହାରେ ମଳତ୍ୟାଗମୁକ୍ତ’ ଅଞ୍ଚଳ ଯାଞ୍ଚ କରାଯିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe