ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ଡାକୋଟାର ମୁଖ୍ୟ ଯନ୍ତ୍ରାଂଶ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ଡାକୋଟାର ମୁଖ୍ୟ ଯନ୍ତ୍ରାଂଶ

ଭୁବନେଶ୍ବର: ଇତିହାସ ବର୍ଣ୍ଣିତ ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶକୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ରଖାଯାଇଛି। ଦୁଇଟି ଚକ ସହ ବିଜୁ ବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି। ଆସନ୍ତା ସୋମବାର ଭିତରେ ଫ୍ୟୁଜ ଲେସ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଏଥିରେ ଇଞ୍ଜିନ ଓ଼ ଉଇଙ୍ଗସ ଲଗାଯିବ। ଦୀର୍ଘଦିନ ଧରି ପଡ଼ିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଏବେ ଏହାର ମରାମତି ଓ଼ ରଙ୍ଗଦିଆ କାର୍ଯ୍ୟ ଚାଲିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୫ ତାରିଖ ସୁଦ୍ଧା ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ଯୋଜନା କରାଯାଇଛି।

publive-image

ତେଣେ କଟକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଡାକୋଟା ବିମାନକୁ କଟକ ଆନନ୍ଦ ଭବନରେ ରଖିବା ପାଇଁ ଦାବି ହୋଇଛି। ଏହାସହ କଟକ ଆନନ୍ଦ ଭବନରେ ଡାକୋଟାକୁ ରଖିବା ପାଇଁ ସରକାରୀ ସ୍ତରରେ ଆଲୋଚନା ଜାରି ରହିଥିବା କୁହାଯାଇଛି।

ଗୌରବମୟ ଡାକୋଟାକୁ ଓଡ଼ିଶାରେ ପାଇ ଓଡ଼ିଆ ଲୋକେ ଗର୍ବ ଅନୁଭବ କରିବା ସ୍ବାଭାବିକ। ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର। ଏହି ବିମାନର ଡେଣା ଗୁଡ଼ିକର ଚଉଡ଼ା ୯୫ ଫୁଟ। ୧୯୪୭ରେ ଡଚମାନେ ଇଣ୍ଡୋନେସିଆ ଦଖଲ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ କଳିଙ୍ଗ ଏୟାଲାଇନ୍ସର ଦକ୍ଷ ପାଇଲଟ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ। ତାଙ୍କର ଏହି ଦୁଃସାହାସିକତା ପଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ‘ଭୂମିପୁତ୍ର’ ଆଖ୍ୟା ଦେଇଥିଲେ। ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe