ଡାକ୍ତରଙ୍କୁ ମାଡ଼ ଘଟଣା: ଢେଙ୍କାନାଳରେ ୨୫ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Advertisment

୨୪ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି

୨୪ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି

ଡାକ୍ତରଙ୍କୁ ମାଡ଼ ଘଟଣା: ଢେଙ୍କାନାଳରେ ୨୫ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଢ଼େଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ସନ୍ଧ୍ୟା ୫:୪୫ ସମୟରେ ଡାକ୍ତର ତୁଷାରକାନ୍ତ ରଥଙ୍କୁ ମାଡ଼ ଘଟଣାରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ ଓ ଲାବ୍ରୋଟୋରି ଟେକନିସିଆନ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଧାରଣାରେ ବସିଥିଲେ। କୋଭିଡ ପରି ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ମାଡ଼ ମାରିବା ଘଟଣାକୁ ନିନ୍ଦା କରିବା ସହ ଧାରଣାରେ ବସିଥିଲେ ଡାକ୍ତର। ୨୪ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ ନ କରାଗଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଚିକିତ୍ସାଳୟର ସବୁ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ, ଚିକିତ୍ସାଳୟ ପରିସରରେ ଏକ ଫାଣ୍ଡି ନିର୍ମାଣ ନେଇ ଦାବି କରାଯାଇଛି। ବର୍ତ୍ତମାନ ଜରୁରୀକାଳୀନ ସେବା ଯୋଗାଇ ଦେବା ବ୍ୟତୀତ ଅନ୍ୟ କୌଣସି ସେବା ପ୍ରଦାନ କରିବେ ନାହିଁ ବୋଲି  ଡାକ୍ତରମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe