‌‘ମୋ ସରକାର’ରେ ଫସି‌ଲେ ବଡ଼ ମୁଣ୍ଡ : ଲାଞ୍ଚ ନେଇ ଡାକ୍ତର ଗିରଫ

ହୋଲିରେ ଲଜ୍ୟା : ଜୟପୁରରେ ନାବାଳିକାଙ୍କୁ ଗଣବଳାତ୍କାର, ନାବାଳକ ସହ ୨ ଗିରଫ

valleycentral.com

କୋରାପୁଟ/ଜୟପୁର : ‘ମୋ ସରକାର’ ଜାଲରେ ପୁଣି ଫସିଛି ଏକ ବଡ଼ ମାଛ। ଲାଞ୍ଚ ନେବା ଅଭିଯୋଗରେ ସପ୍ତାହକ ତଳେ ଆମ୍ବାଗୁଡ଼ା ଫାଣ୍ଡିବାବୁ ଗିରଫ ହୋଇଥିବା ବେଳେ ଆଜି ସେହି ମାମଲାରେ ଜଣେ ଡାକ୍ତରଙ୍କୁ ଗିରଫ କରିଛି କୋରାପୁଟ ପୁଲିସ। ଗିରଫ ଡାକ୍ତର ଜଣଙ୍କ ହେଉଛନ୍ତି କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜର ଏଫ୍‌ଏମ୍‌ଟି ବିଭାଗ ଡାକ୍ତର ମନୋଜ ଜେନା। ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜଣେ ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ନେବା ଅଭିଯୋଗରେ ଜୟପୁର ସଦର ଥାନା ଅଧୀନରେ ଥିବା ଆମ୍ବାଗୁଡା ଫାଣ୍ଡିର ତତ୍କାଳୀନ ଅଧିକାରୀ ନାରାୟଣ ପଟ୍ଟନାୟକ ଓ ଏସ୍‌ଏଲଏନ ମେଡିକାଲ କଲେଜର ଏଫ୍‌ଏମଟି ବିଭାଗ ଡାକ୍ତର ମନୋଜ ଜେନାଙ୍କ ବିରୋଧରେ ଜୟପୁର ସଦର ଥାନାରେ ୨୪/୨୦ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ନାରାୟଣ ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅପରପକ୍ଷରେ ଡାକ୍ତର ଲାଞ୍ଚ ନେଇଥିବା ନେଇ ଖୋଳତାଡ଼ ଚଳାଇଥିଲା ପୁଲିସ। ଶବ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତର ୩ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ୨,୫୦୦ ଟଙ୍କା ଗ୍ରହଣ କରିଥିଲେ। ଏ ନେଇ ମୋ ସରକାର ନିକଟରେ ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଏହା ସତ ବୋଲି ଜାଣିବାକୁ ପାଇଥିଲା ପୁଲିସ। ଏହି ଆଧାରରେ ଆଜି ପୁଲିସ ଡାକ୍ତର ମନୋଜ ଜେନାଙ୍କୁ ଗିରଫ କରାଯାଇଥିବା ନେଇ କୋରାପୁଟ ଏସପି ମୁକେଶ କୁମାର ଭାମୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe