ଯନ୍ତ୍ରଣାରେ ଛଟପଟ ରୋଗୀଙ୍କୁ ଡାକ୍ତରଙ୍କ ଚାପୁଡ଼ା! ସାଲାଇନ୍‌ କାଢ଼ି ଗଛମୂଳେ ଶୋଇଲେ

ଯନ୍ତ୍ରଣାରେ ଛଟପଟ ରୋଗୀଙ୍କୁ ଡାକ୍ତରଙ୍କ ଚାପୁଡ଼ା! ସାଲାଇନ୍‌ କାଢ଼ି ଗଛମୂଳେ ଶୋଇଲେ

ବାହାର୍ଦା: ବାଲେଶ୍ବର ଜିଲ୍ଲା ବସ୍ତା ଡାକ୍ତରଖାନାରେ ବିବାଦ ଥମିବାର ନାମ ‌ନେଉନି। ଏପରି ସମୟରେ ଆଜି ମଧ୍ୟ ରୋଗୀଙ୍କୁ ଜଣେ ଡାକ୍ତର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

publive-image

ସୂଚନା ଅନୁସାରେ; ବସ୍ତା ବ୍ଲକ୍‌ ବନ୍ତୁଳି ଗ୍ରାମର ଅଜିତ ବେହେରାଙ୍କ ପୁଅ ଆୟୁଷ ବେହେରା (୧୬)ଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଫଳରେ ଘରଲୋକ ତାଙ୍କୁ ବସ୍ତା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସା ଆରମ୍ଭ ହୋଇଥିଲା। ହେଲେ କିଛି ଉପଷମ ମିଳିନଥିଲା। ଫଳରେ ଡ୍ୟୁଟିରେ ଥିବା ଡାକ୍ତର ଅରୁଣ କୁମାର ଭୂୟାଁଙ୍କୁ ତାଙ୍କ ବସାରୁ ଡକାଯାଇଥିଲା। ବିରକ୍ତ ହୋଇ ଡାକ୍ତର ଶ୍ରୀ ଭୂୟାଁ ଆସିବା ସହ ଆୟୁ‌ଷଙ୍କୁ ୪ ଚାପୁଡ଼ା ମାରିଥିଲେ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଆୟୁଷ ରାଗିଯାଇ ଦେହରୁ ସାଲାଇନ୍‌ କାଢ଼ି ଡାକ୍ତରଖାନା ବାହାରକୁ ପଳାଇଆସିଥିଲେ। ସେ ଦୀର୍ଘ ସମୟ ସ୍ଥାନୀୟ ଏକ ଗଛମୂଳେ ଶୋଇ ରହିଥିଲେ। ଆୟୁଷଙ୍କ ମାଆ ସଂଗୀତା ଓ ଅଜା ଦେବେନ୍ଦ୍ର ଡାକ୍ତରଖାନା ଅଧିକାରୀ ଡାକ୍ତର ଦେବବ୍ରତ ଜେନାଙ୍କୁ ଘଟଣା ବିଷୟରେ ଅବଗତ କରିବା ସହ ରୋଗୀଙ୍କୁ ବାଲେଶ୍ବର ଡାକ୍ତରଖାନା ନେଇଯାଇଥିଲେ।ତେବେ ଅଭିଯୋଗ ବାବଦରେ ସଂପୃକ୍ତ ଡାକ୍ତର ଶ୍ରୀ ଭୂୟାଁଙ୍କ ମତାମତ ନିଆଯାଇଥିଲା। ସେ ଆୟୁଷଙ୍କୁ ଶାନ୍ତ କରିବା ପାଇଁ କେବଳ ତାଙ୍କ କାନ ଟିକେ‌ ମୋଡ଼ିଥିବା ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ; ପୂର୍ବରୁ ମଧ୍ୟ ବସ୍ତା ଡାକ୍ତରଖାନାର ଡାକ୍ତରମାନେ ରୋଗୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅନେକ ଅଭିଯୋଗ ହୋଇଛି। ଏମିତି କି ପ୍ରେସ୍‌କ୍ରିପ୍‌ସନ୍‌ରେ ମନଇଚ୍ଛା ଔଷଧ ଲେଖିବାକୁ ନେଇ ବିଭିନ୍ନ ସମୟରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe