ସମ୍ବଲପୁରରେ ବ୍ୟବସାୟୀଙ୍କ ଦବଙ୍ଗଗିରି; ବିଳମ୍ବ ପାଇଁ ଡାକ୍ତରଙ୍କୁ ଚପଲରେ ପିଟିଲେ

Advertisment
ସମ୍ବଲପୁରରେ ବ୍ୟବସାୟୀଙ୍କ ଦବଙ୍ଗଗିରି; ବିଳମ୍ବ ପାଇଁ ଡାକ୍ତରଙ୍କୁ ଚପଲରେ ପିଟିଲେ

ସମ୍ବଲପୁର: ଡାକ୍ତର ଆସିବାରେ ଟିକେ ବିଳମ୍ବ କରିଦେଲେ। ଏଥିରେ ଉତ୍ୟକ୍ତ ହୋଇ ଜଣେ ବ୍ୟବସାୟୀ ତାଙ୍କୁ ଚପଲରେ ପିଟିଲେ। ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କ ଟେକ୍‌ନିସିଆନ୍‌କୁ ବି ବ୍ୟବସାୟୀ ଜଣକ ଛାଡ଼ି ନଥିଲେ। ଏଭଳି ବ୍ୟବସାୟୀଙ୍କ ଦବଙ୍ଗଗିରି ସମ୍ବଲପୁର ଟାଉନ୍‌ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ମାଡ଼ ମାରିବା ସମୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ସନ୍‌ ଡାଇଗ୍ନୋଷ୍ଟିକ୍‌ରେ ରେଡିଓଲୋଜିଷ୍ଟ ଭାବେ କାମ କରନ୍ତି ଡା. ଚିଦାନନ୍ଦ ମିଶ୍ର।

ସମ୍ବଲପୁରର ବ୍ୟବସାୟୀ ନଟବର ବାଙ୍କା ସିଟି ସ୍କାନ କରିବା ପାଇଁ ମଙ୍ଗଳବାର ସକାଳେ ସନ୍‌ ଡାଇଗ୍ନୋଷ୍ଟିକ୍‌କୁ ଆସିଥିଲେ ଏବଂ ଡାକ୍ତର ଆସି ନଥିବାରୁ ସେ ସେଠାରେ ଅପେକ୍ଷା କରିଥିଲେ। ସକାଳ ୧୦ଟା ପାଖାପାଖି ଡାକ୍ତର ମିଶ୍ର ଆସିଥିଲେ। ସେହି ସମୟରେ ଡାକ୍ତର ମିଶ୍ରଙ୍କୁ ଶ୍ରୀ ବାଙ୍କା ଗାଳି କରିବା ସହ ଚପଲ ଖୋଲି ପିଟିବା ଆରମ୍ଭ କରିଦେଲେ। ଡାକ୍ତରଙ୍କୁ ବଞ୍ଚାଇବାକୁ ଆସିବାରୁ ବ୍ୟବସାୟୀ ଜଣକ ତାଙ୍କ ଟେକ୍ନିସିଆନ୍‌କୁ ମଧ୍ୟ ଚପଲରେ ବାଡ଼େଇଥିଲେ।

publive-image

ଏ ନେଇ ଡାକ୍ତର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଅଭିଯୁକ୍ତ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। ମାଡ଼ ମାରିବାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ, ସିଟି ସ୍କାନ ସମୟରେ ମେସିନ ଭିତରେ ଅଧିକ ସମୟ ରହିବାକୁ ନେଇ ପାଟିତୁଣ୍ଡ ହୋଇ ମାଡ଼ ମାରିଥିବା ବି କ‌ହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe