ଭୁଲ ଇଞ୍ଜେକସନ ଯୋଗୁଁ ଶିଶୁ ମୃତ! ସଂପର୍କୀୟଙ୍କ ମାଡ଼ରେ ଡାକ୍ତରଙ୍କ ମୁଣ୍ଡ ଫାଟିଲା

Advertisment
ଭୁଲ ଇଞ୍ଜେକସନ ଯୋଗୁଁ  ଶିଶୁ ମୃତ! ସଂପର୍କୀୟଙ୍କ ମାଡ଼ରେ ଡାକ୍ତରଙ୍କ ମୁଣ୍ଡ ଫାଟିଲା

ଭଦ୍ରକ: ଭଦ୍ରକ ଆରଡି ଛକସ୍ଥିତ ଏକ ଘରୋଇ କ୍ଲିନିକ୍‌ରେ ଚିକିତ୍ସିତ ହେବାକୁ ଆସିଥିବା ଜଣେ ବାଳକର ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପର୍କୀୟମାନେ ଏଥିପାଇଁ ନର୍ସିଂହୋମ୍‌ର ଡାକ୍ତରଙ୍କୁ ଦାୟୀ କରି ପ୍ରବଳ ମାଡ଼ ମାରିଛନ୍ତି। ଏହି ଘଟଣାକୁ ନେଇ ନର୍ସିଂହୋମ୍‌ରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ମୁତୟନ କରାଯାଇଛି।

ମୃତ ବାଳକ ହେଲେ, ବାସୁଦେବପୁର ବ୍ଲକ୍ ବିଦେଇପୁର ନିକଟ କରଞ୍ଜଗଡ଼ିଆ ଗ୍ରାମର ରତିକାନ୍ତ ଦାସଙ୍କ ପୁଅ ରାଜମୋହନ (୧୧)। ରାଜମୋହନ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ଆଜି ସକାଳେ ତାଙ୍କୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଘରୋଇ ନର୍ସିଂହୋମ୍‌କୁ ଆଣିଥିଲେ। ଡାକ୍ତର ଶ୍ରୀ ସ୍ବାଇଁ ବାଳକର ସ୍ବାସ୍ଥ୍ୟ ପରୀକ୍ଷା କରି ଏକ ଇଞ୍ଜେକ୍ସନ ଦେବାକୁ ଚିଠା ଲେଖିଥିଲେ। ଇଞ୍ଜେକ୍ସନ ଦେବାର କିଛିସମୟ ପରେ ବାଳକଟିର ମୃତ୍ୟୁ ହୋଇଯାଇଥିଲା। ଭୁଲ୍‌ ଇଞ୍ଜେକ୍ସନ ପାଇଁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ ଓ ସମ୍ପର୍କୀୟ ଡାକ୍ତର ସ୍ବାଇଁଙ୍କୁ ମାଡ଼ ମାରିଥିଲେ। ଫଳରେ, ତାଙ୍କର ମୁଣ୍ଡ ଫାଟି ଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ନର୍ସିଂହୋମ୍‌ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଖବର ଲେଖାହେବା ସୁଦ୍ଧା ନର୍ସିଂହୋମ୍ ଆଗରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ, ମୃତ ବାଳକର ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା‌ ବେଳେ ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ ଟାଉନ ଥାନାରେ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe