ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ: ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ, ଦେଖନ୍ତୁ ଭିଡିଓ

Advertisment
ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ: ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ, ଦେଖନ୍ତୁ ଭିଡିଓ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଡାକ୍ତରଜଣକ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗତକାଲି ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଶୈଳେଶ କୁମାର ଦୋରା ହସ୍ପିଟାଲକୁ ଆସିଥିବା ଧର୍ମଗଡ଼ ବସ୍ତିପଡାର ଜଣେ ରୋଗୀଙ୍କୁ କୌଣସି କଥାକୁ ନେଇ ଉତକ୍ଷିପ୍ତ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ତେବେ କେଉଁ କାରଣକୁ ନେଇ ଡାକ୍ତର ଏମିତି କାଣ୍ଡ ଭିଆଇଛନ୍ତି ତାହା ଅସ୍ପଷ୍ଟ ରହିଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉପଖଣ୍ଡ ଚିକିତ୍ସାଳୟ ଆଗରେ ଥିବା ରାଜରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କଲେ ବି କିଛି ସଫଳ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe