ବିବାହର ତିନି ମାସ ପୂର୍ତ୍ତି ଉତ୍ସବ ପାଳି ପାରିଲେନି ଦମ୍ପତି, ସଡ଼କ ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁ

Advertisment
ବିବାହର ତିନି ମାସ ପୂର୍ତ୍ତି ଉତ୍ସବ ପାଳି ପାରିଲେନି ଦମ୍ପତି, ସଡ଼କ ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ବର: ବିବାହର ତ୍ରୟମାସିକ ପୂର୍ତ୍ତି ପାଳନ କରିବା ପାଇଁ ଡାକ୍ତର ଦମ୍ପତି ପ୍ରବଳ ଉତ୍ସାହିତ ଥିଲେ। ଏହି ଅବସରରେ ଘନିଷ୍ଠ ସଂପର୍କୀୟମାନେ ମଧ୍ୟ ଖୁସିରେ ଥିଲେ। କିନ୍ତୁ ଏହି ଖୁସି ଅଳ୍ପ ସମୟ ମଧ୍ୟରେ ଭାଙ୍ଗି ଚୁରମାର ହୋଇଗଲା। ସଡ଼କ ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁ ହେଲା ପରେ ଡାକ୍ତରାଣୀ ଭାଙ୍ଗି ପଡ଼ିଛନ୍ତି ଏବଂ ତାଙ୍କ ପରିବାରରେ ଶୋକର ଲହରି ଖେଳି ଯାଇଛି। ରାଜଧାନୀ ଭୁବନେଶ୍ବରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଡାକ୍ତର ମନୋଜ କୁମାରଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ବ୍ରହ୍ମପୁର ମେଡିକାଲ ‌ବ୍ୟାଙ୍କ କଲୋନିସ୍ଥିତ ଲେନ୍‌-୨ ବାସିନ୍ଦା ପ୍ରଦୀପ କୁମାର ଓଙ୍କାରଙ୍କ ପୁଅ ତଥା ଭୁବନେଶ୍ବରରେ ରହୁଥିବା ଡାକ୍ତର ମନୋଜ କୁମାର (ମୁନା) ଗତ ଫେବ୍ରୁଆରି ୨୮ ତାରିଖରେ କବିରାଜ ବେହେରାଙ୍କ ଝିଅ ଡାକ୍ତରାଣୀ ସୁଶ୍ରୀ ସଂଗୀତା (ଲିଙ୍କି)ଙ୍କୁ ବେଶ ଧୁମଧାମରେ ବିବାହ କରିଥିଲେ। ଆଜି (ମେ’ ୨୮ ତାରିଖ)ରେ ଉଭୟ ଡାକ୍ତର ଦମ୍ପତି ବିବାହର ତ୍ରୟମାସିକ ପୂର୍ତ୍ତି ପାଳନ କରିଥାନ୍ତେ। ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ସରିଥିଲା। କିନ୍ତୁ ଦୁଃଖର ବିଷୟ ହେଲା ଯେ, ଏହା ପୂର୍ବରୁ ଡାକ୍ତର ମନୋଜ ଦୁର୍ଘଟଣାର ସାମ୍ନା କରିଛନ୍ତି। ଭୁବନେଶ୍ବରର ଫାୟାର ଷ୍ଟେସନ ଛକରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ଡାକ୍ତର ମନୋଜ ଦୁର୍ଘଟଣାର ସାମ୍ନା କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ମନୋଜଙ୍କ ମୃତଦେହ ଶବ ବ୍ୟବଚ୍ଛେଦ କରାଯାଇଥିଲା। ରାଜଧାନୀ ଚିକିତ୍ସାଳୟ ପରିସରରେ ଆତ୍ମୀୟ ସ୍ୱଜନଙ୍କ କାନ୍ଦ ବୋବାଳି ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe