ବାଘ ଛାଲ ରୢାକେଟ୍‌ରେ ଡାକ୍ତର: ଜେଲ୍‌ ଗଲେ ଉଦଳା ଡାକ୍ତରଖାନାର ଭେଷଜ୍ଞ ବିଶେଷଜ୍ଞ

Advertisment

ବନ୍ୟଜନ୍ତୁ ତସ୍କରୀ ମାମଲାରେ ଡାକ୍ତରଙ୍କ ସଂପୃକ୍ତି। କାନକୁ ବିଶ୍ବାସ ହେଉ ନଥି‌ଲେ ମଧ୍ୟ ବାଲେଶ୍ୱର ସୋର ଅଞ୍ଚଳରୁ ଧରାପଡ଼ିଥିବା ମହାବଳ ବାଘଛାଲ କାରବାରରେ ଚମକାଇଦେଲା ଭଳି ଖବରଟି ଜଣେ ଡାକ୍ତରଙ୍କ ବିଷୟରେ ହିଁ ଆସିଛି।

ବନ୍ୟଜନ୍ତୁ ତସ୍କରୀ ମାମଲାରେ ଡାକ୍ତରଙ୍କ ସଂପୃକ୍ତି। କାନକୁ ବିଶ୍ବାସ ହେଉ ନଥି‌ଲେ ମଧ୍ୟ ବାଲେଶ୍ୱର ସୋର ଅଞ୍ଚଳରୁ ଧରାପଡ଼ିଥିବା ମହାବଳ ବାଘଛାଲ କାରବାରରେ ଚମକାଇଦେଲା ଭଳି ଖବରଟି ଜଣେ ଡାକ୍ତରଙ୍କ ବିଷୟରେ ହିଁ ଆସିଛି।

ssffsfsf

ବାଲେଶ୍ୱର: ବନ୍ୟଜନ୍ତୁ ତସ୍କରୀ ମାମଲାରେ ଡାକ୍ତରଙ୍କ ସଂପୃକ୍ତି। କାନକୁ ବିଶ୍ବାସ ହେଉ ନଥି‌ଲେ ମଧ୍ୟ ବାଲେଶ୍ୱର ସୋର ଅଞ୍ଚଳରୁ ଧରାପଡ଼ିଥିବା ମହାବଳ ବାଘଛାଲ କାରବାରରେ ଚମକାଇଦେଲା ଭଳି ଖବରଟି ଜଣେ ଡାକ୍ତରଙ୍କ ବିଷୟରେ ହିଁ ଆସିଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅଭିଯୁକ୍ତଙ୍କ ସହ ସଂପୃକ୍ତ ଡାକ୍ତର ଆର୍ଥିକ କାରବାର କରୁଥିବା ନେଇ ବନ ବିଭାଗକୁ ସୁରାକ ମିଳିବା ପରେ ଗତକାଲି ରାତିରେ ତାଙ୍କୁ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରୁ ଧରା ଯାଇଥିଲା। ଗିରଫ ଡାକ୍ତର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ମହେଶ୍ୱର ଦାସ। ସେ ଏବେ ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ୍ଞ ବିଶେଷଜ୍ଞ (ମେଡିସିନ୍ ସ୍ପେସାଲିଷ୍ଟ) ଅଛନ୍ତି। ସେଠାରେ ସେ କ୍ବାର୍ଟର୍ସ ମଧ୍ୟ ପାଇଛନ୍ତି। କିନ୍ତୁ ଅଧିକାଂଶ ସମୟ ଡ୍ୟୁଟିରେ ଅନୁପସ୍ଥିତ ରହନ୍ତି। ଚାନ୍ଦିପୁର ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ଗତକାଲି ରାତିରେ ତାଙ୍କୁ ଭଦ୍ରକ ଚରମ୍ପା ଅଞ୍ଚଳରୁ ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

ଜେଲ୍‌ ଗଲେ ଉଦଳା ଡାକ୍ତରଖାନାର ଭେଷଜ୍ଞ ବିଶେଷଜ୍ଞ 
ଅଭିଯୁକ୍ତଙ୍କ ସହ ଆର୍ଥିକ କାରବାର 
୪ ଦିନ ପୂର୍ବରୁ ଗିରଫ ହୋଇଥିଲେ ୧୧ ଅଭିଯୁକ୍ତ

ବନ୍ୟଜନ୍ତୁ ତସ୍କରୀ ରୢାକେଟ୍‌ର ଚେର ଭଦ୍ରକ, ବାସୁଦେବପୁର, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଏବଂ ଉଦଳା ସହ ବାହାର ରାଜ୍ୟକୁ ଲମ୍ବିଥିବା ସୂଚନା ପାଇଛି ବନ ବିଭାଗ। ଏଥିରେ ଆଉ କିଏ ସବୁ ସଂପୃକ୍ତ ଅଛନ୍ତି, ସେ ନେଇ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖରେ ସୋର ଅଞ୍ଚଳରୁ ଏକ ମହାବଳ ବାଘଛାଲ ସହ ବନ୍ଧୁକ ଜବତ ହୋଇଥିଲା। ଏହି ଘଟଣାରେ ୧୧ ଜଣ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ନାଇକାଣିଡ଼ିହି ଥାନା ଅଧୀନ ବଳରାମପୁର ଗ୍ରାମର ପ୍ରଦୀପ କୁମାର ନାୟକ (୧୯), ଗଣେଶ ନାୟକ (୩୭), ରାମଚନ୍ଦ୍ର ନାୟକ (୩୫) ଓ ପ୍ରଭାତ ନାୟକ (୪୫), ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସଦାନନ୍ଦପୁର ଗ୍ରାମର ସନ୍ତୋଷ ମାଣିକ (୫୦), ରଞ୍ଜିତ ନାୟକ (୩୬), ଉଦଳା ଥାନା ଅଧୀନ ନୟା ରଙ୍ଗାମାଟିଆ ଗାଁ’ର ଦଶରଥ ନାୟକ (୪୭), ନାଗପାଳ ଗ୍ରାମର ପ୍ରୀତିରଞ୍ଜନ ବାରିକ (୪୭), ତାଳସାରେଇ ଗ୍ରାମର ଗାସ ହୋ (୨୦), ବଇଗା ହୋ (୫୫) ଓ ଗାଁସ ହୋ (୩୬) ଗିରଫ ହୋଇଥିଲେ। ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ଡାକ୍ତର ଦାସଙ୍କ ସଂପୃକ୍ତି କଥା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe