The Statesman
ସୁନ୍ଦରଗଡ଼ : ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ହେମଗିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ ସ୍ବାସ୍ଥ୍ୟ ଅଧିକାରୀ ଡ. ଅନ୍ତର୍ଯ୍ୟାମୀ ସାହୁଙ୍କୁ ୨ ବର୍ଷ ଜେଲ୍ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ୨୦୦୮ ଜୁଲାଇ ୧୭ ତାରିଖରେ ଡାକ୍ତର ଶ୍ରୀ ସାହୁ ହେମଗିରର ଜଣେ ପ୍ରସୂତି ମହିଳାଙ୍କୁ ଜନନୀ ସୁରକ୍ଷା ପ୍ରମାଣପତ୍ର ଦେବାକୁ ତାଙ୍କ ସ୍ବାମୀଙ୍କ ଠାରୁ ଲାଞ୍ଚ ନେଇଥିଲେ। ସେହି ସମୟରେ ସୁନ୍ଦରଗଡ଼ ଭିଜିଲାନ୍ସ ତାଙ୍କୁ ଧରି କୋର୍ଟ ଚାଲାଣ କରିଥିଲା।
ମାମଲାର ବିଚାର ଚାଲିଥିବା ବେଳେ ଗୁରୁବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଲାଞ୍ଚୁଆ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଜରିମାନା ଅନାଦେୟରେ ଜେଲ୍ ଦଣ୍ଡକୁ ଅଧିକ ୩ ମାସ ବୃଦ୍ଧି କରିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ତତ୍କାଳୀନ ଭିଜିଲାନ୍ସ ନିରୀକ୍ଷକ ପରମେଶ୍ବର କିସାନ ମାମଲାର ତଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦେଇଥିବା ବେଳେ ଭିଜିଲାନ୍ସର ଭାରପ୍ରାପ୍ତ ସ୍ବତନ୍ତ୍ର ପିପି ଗୌରମୋହନ ଦାଶ ମାମଲା ପରିଚାଳନା କରିଥିଲେ।
Follow Us