Doctor lost life by taking sleeping pills: family disturbance suspicion Photograph: (sambad.in)
ସୁନ୍ଦରଗଡ଼: ବଡ଼ଗାଁ ଥାନା ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡା ଗତକାଲି ବିଳମ୍ବିତ ରାତିରେ ମାତ୍ରାଧିକ ନିଦ ବଟିକା ଖାଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ତାଙ୍କ ସ୍ୱାମୀ ଦେବବ୍ରତ ମିଶ୍ର ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ତେବେ ତାଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇନାହିଁ। ଗତକାଲି ରାତିରେ ଦେବବ୍ରତ ତାଙ୍କ ସ୍ତ୍ରୀ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ ରାତିରେ ବଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଡାକ୍ତର ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ କି ଅନ୍ଯ କୌଣସି କାରଣରୁ ମୃତ୍ଯୁ ହୋଇଛି ସେନେଇ ତଦନ୍ତ ଜାରି ରହିଛି।
ତେବେ କୌଣସି କଥାକୁ ନେଇ ସ୍ବାମୀଙ୍କ ସହ ସବୁବେଳେ ଅଶାନ୍ତି ଲାଗି ରହୁଥିଲା ବୋଲି ପାଖ ପଡ଼ୋଶୀଙ୍କକଠାରୁ ଶୁଣିବାକୁ ମିଳୁଛି। ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
sundargarh
Follow Us