ଜନ୍ମମାଟିରେ ଲୋକଙ୍କୁ ଆଉ ମାଗଣାରେ ‌ମିଳିପାରିବନି ସ୍ବାସ୍ଥ୍ୟ ସେବା, ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ଦେହାନ୍ତ

Advertisment
ଜନ୍ମମାଟିରେ ଲୋକଙ୍କୁ ଆଉ ମାଗଣାରେ ‌ମିଳିପାରିବନି ସ୍ବାସ୍ଥ୍ୟ ସେବା, ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ଦେହାନ୍ତ

ବାଲିପାଟଣା: ସପ୍ତାହର ଦୁଇ ଦିନ ମାଗଣାରେ ଚିକିତ୍ସା ପାଉଥିବା ଲୋକଙ୍କୁ ଆଉ ଏହି ସୁବିଧା ମିିଳିବ ନାହିଁ। ସପ୍ତାହର ଶନିବାର ଓ ରବିବାର ଦିନ ମାଗଣାରେ ସେବା ଦେଉଥିବା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ତୁରିନ୍ତିରା ଗ୍ରାମର ଜଣାଶୁଣା ପ୍ରଫେସର ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। କଟକ ବଜ୍ରକବାଟି କେନାଲ ରୋଡ଼ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶେଷ ଶଯ୍ୟା ନିକଟରେ ପରିବାର ଲୋକ, ବନ୍ଧୁ, ପ୍ରିୟଜନ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।

ସୂଚନା ଅନୁସାରେ ତୁରିନ୍ତିରା ଗ୍ରାମର ସ୍ବର୍ଗତ ବ୍ରହ୍ମାନନ୍ଦ ମିଶ୍ରଙ୍କ ୩ ପୁଅଙ୍କ ମଧ୍ୟରେ ବଡ଼ ଥିଲେ ବୈଦ୍ୟନାଥ। ୧୯୩୫ ମସିହା ଜୁନ ୧୪ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ପରିବାରର ଆର୍ଥିକ ଦୂରାବସ୍ଥା ସତ୍ୱେ କଠିନ ପରିଶ୍ରମ ବଳରେ ସେ ଡାକ୍ତର ହୋଇ ପାରିଥିଲେ। କଟକ ବଡ଼ଡାକ୍ତରଖାନାରେ ସେ ପ୍ରଫେସର ଥିଲେ। ସ୍ବର୍ଗତ ମିଶ୍ରଙ୍କ ମଝିଆଁ ଭାଇ ଡାକ୍ତର ବିଶ୍ୱନାଥ ମିଶ୍ର ଏବଂ ସାନ ଭାଇ ମନୋରଞ୍ଜନ ମିଶ୍ର ଅଟନ୍ତି। ସ୍ବର୍ଗତ ମିଶ୍ର ଅବସର ପରେ ପ୍ରତ୍ୟେକ ଶନିବାର ଏବଂ ରବିବାର ଗାଁରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ଗାଁର ଗ୍ରାମଦେବତୀଙ୍କ ପୀଠର ପୁନରୁଦ୍ଧାର ପାଇଁ ପ୍ରୟାସ କରି ସମ୍ପୂର୍ଣ କରିଥିଲେ। ସେ ଜଣେ ମିଷ୍ଠ ଭାସି, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ ହେବା ସହ ଅମର ଆତ୍ମାଙ୍କ ସଦଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe