ବଲାଙ୍ଗୀରରେ ଡାକ୍ତରଙ୍କ ମାତାଲ ରୂପ, ନିଶାସକ୍ତ ଅବସ୍ଥାରେ ଜବରଦସ୍ତି ଜଣଙ୍କ ଘରେ ପଶିଲେ, ଥାନାରେ ଅଟକ

Advertisment
ବଲାଙ୍ଗୀରରେ ଡାକ୍ତରଙ୍କ ମାତାଲ ରୂପ, ନିଶାସକ୍ତ ଅବସ୍ଥାରେ ଜବରଦସ୍ତି ଜଣଙ୍କ ଘରେ ପଶିଲେ, ଥାନାରେ ଅଟକ

ବଲାଙ୍ଗୀର :ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ସଂପର୍କରେ ଏକ ଅଜବ ଖବର ମିଳିଛି। ଏହି ଡାକ୍ତରଙ୍କ ମାତାଲ ରୂପ ଦେଖିବାକୁ ମିଳିଛି । ସେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଜବରଦସ୍ତି ଜଣଙ୍କ ଘରେ ପଶିଛନ୍ତି । ଏଠାରେ ଯେଉଁ ଡାକ୍ତରଙ୍କ କଥା କୁହାଯାଉଛି, ସେ ହେଲେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାନସର୍ ବିଭାଗର ନୋଡାଲ ଅଫିସର ଡାକ୍ତର ଅବିନାଶ ମିଶ୍ର ।

publive-image

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କ୍ୟାନସର୍ ବିଭାଗର ନୋଡାଲ ଅଫିସର ଡାକ୍ତର ଅବିନାଶ ମିଶ୍ର ବଲାଙ୍ଗୀର ରେଳ ଷ୍ଟେସନ୍ ଅଞ୍ଚଳରେ ଜଣଙ୍କ ଘରେ ଜୋର୍ ଜବରଧସ୍ତ ଧସେଇ ପଶିଥିଲେ । ଏହା ଦେଖି ଘରର ମୁଖିଆ ବିସ୍ମିତ ହୋଇଥିଲେ। ସେ ଅବଶ୍ୟ ସେତେବେଳେ ଡାକ୍ତର ଅବିନାଶ ମିଶ୍ରଙ୍କ ପରିଚୟ ପାଇ ନଥିଲେ। ତଥାପି ସଂପୃକ୍ତ ଘର ଲୋକ ତାଙ୍କୁ କାବୁ କରି ଜାଣିବାକୁ ପାଇଥିଲେ ଯେ ଡାକ୍ତର ଅବିନାଶ ମିଶ୍ର ମଦ ପିଇ ନିଶାରେ ଅଛନ୍ତି ।

publive-image

ଏ ନେଇ ଘରର ମୁଖିଆ ବଲାଙ୍ଗୀର ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ । ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ପୁଲିସ ଡାକ୍ତରଙ୍କୁ ଥାନାକୁ ଆଣିଥିଲା। ଏବେ ବି ଡାକ୍ତର ଅବିନାଶ ମିଶ୍ର ଅଟକ ରହିଥିବାର ଖବର ମିଳିଛି । ପରେ ପୁଲିସ ଡାକ୍ତର ଅବିନାଶ ମିଶ୍ର ଙ୍କ ସ୍କୁଟିର ଡିକିରୁ ଏକ ମଦ ବୋତଲ ମଧ୍ୟ ଜବତ କରିଥିବାର ଖବର ମିଳିଛି । ଜଣେ ଡାକ୍ତରଙ୍କ ଏଭଳି ଅଶୋଭନୀୟ ଆଚରଣ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ଉକ୍ତ ଡାକ୍ତରଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe