Orissa Post
ଭଟଲି: ଝାଡ଼ାବାନ୍ତି ବ୍ୟାପିଥିବା ଭଟଲି ବ୍ଲକ୍ ସୁଲସୁଲିଆ ଓ କେନ୍ଦୁଗୁଡ଼ିଆ ଗଁାକୁ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପରିଦର୍ଶନରେ ଆସିଥିଲେ। ଡା. ଜୟପାଳ ସେନାପତିଙ୍କ ନେତୃତ୍ୱରେ ପରିଦର୍ଶନରେ ଆସିଥିବା ଏହି ଡାକ୍ତରୀ ଦଳରେ ଡା. ରାଜେଶ ଚନ୍ଦ୍ର ପାଢ଼ୀ, ଡା. ସତୀଶ ନାୟକ, ଡା. ଅଲିଶା ପ୍ରଧାନ, ଅଜିତ ମେହେର, ତେଜଭାନୁ ସାହୁ ସାମିଲ ଥିଲେ। ଲୋକମାନଙ୍କୁ ଡାଇରିଆ ବିଷୟରେ ସଚେତନ କରାଯାଇ ଗ୍ରାମର ବିଭିନ୍ନ ସ୍ଥାନରେ ବ୍ଲୁଚିଂ ପାଉଡର ପକାଯାଇ ଔଷଧ ବଣ୍ଟନ କରାଯାଇଥିଲା।
ପରେ ଗାଁର ବିଭିନ୍ନ ପାନୀୟ ସ୍ରୋତଥିବା ସ୍ଥାନଗୁଡ଼ିକରୁ ପାଣିର ନମୁନା ସଂଗ୍ରହ କରି ଜିଲ୍ଲା ପରୀକ୍ଷାଗାରକୁ ପ୍ରେରଣ କରାଯାଇଥିଲା। ଗ୍ରାମରେ ଥିବା ନଳକୂପଗୁଡ଼ିକୁ ଆର୍ଡବ୍ଲୁଏସ୍ଏସ୍ର କର୍ମଚାରୀମାନଙ୍କ ସହଯୋଗରେ ବିଶୋଧନ କରାଯାଇଥିଲା। ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବିପିଏମ୍ ଜୟପ୍ରକାଶ ପଧାନ, ବିଡିଏମ୍ ଦୁର୍ଗାପ୍ରସାଦ ମହତ୍ତମ,ଏଏନ୍ଏମ୍ ପଙ୍କଜିନୀ ଦାଶ, ଆଶାକର୍ମୀ ନିଳେନ୍ଦ୍ରୀ ବଢ଼େଇ, ରାଜେଶ୍ୱରୀ ଦାଶ, ପ୍ରଶାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Follow Us