‘ସତରେ ଡାକ୍ତର ହିଁ ସାକ୍ଷାତ ଈଶ୍ୱର’

Advertisment

ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ଚତୁର୍ଥ ବାର୍ଷିକ ‘ଜାଗୃତି’

ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ଚତୁର୍ଥ ବାର୍ଷିକ ‘ଜାଗୃତି’

‘ସତରେ ଡାକ୍ତର ହିଁ ସାକ୍ଷାତ ଈଶ୍ୱର’

ବାଲେଶ୍ୱର: ମୃତ୍ୟୁମୁଖରୁ ସେ ଆମକୁ ଛଡ଼ାଇ ଆଣିଥାନ୍ତି। ରୋଗଶଯ୍ୟାରୁ ଉଠିବସିବାର ଆଶା ଦେଇଥାନ୍ତି। ଆଉ ଆମେ ସବୁବେଳେ ତାଙ୍କ ପାଖକୁ ଆଶା ନେଇ ଯାଇଥାଉ। ଆମର ସେହି ଆଶା ହେଉଛି ସୁସ୍ଥ ହୋଇ ବଞ୍ଚିବା। ସେହି ଆଶା ଯିଏ ଆମ ଭିତରେ ଜନ୍ମାଇଥାନ୍ତି ସେ ହେଉଛନ୍ତି ଡାକ୍ତର। ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର ଚତୁର୍ଥ ବାର୍ଷିକ ‘ଜାଗୃତି’ରେ ଡାକ୍ତରଙ୍କୁ ସମ୍ବର୍ଦ୍ଧନା ପର୍ବ ‘ଡାକ୍ତର ସାକ୍ଷାତ ଈଶ୍ୱର’ କାର୍ଯ୍ୟକ୍ରମରେ ଅତିଥିମାନେ ଉପରୋକ୍ତ ମତପ୍ରକାଶ କରିଛନ୍ତି। ବାଲେଶ୍ୱର ସହରସ୍ଥିତ ଭେନିଆ ପାରାଡାଇଜ୍‌ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଆୟୋଜିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଡ. ଦିଲୀପ ତିର୍କି। ସେବା କ୍ଷେତ୍ରରେ ଡାକ୍ତରଙ୍କ ଭୂମିକାକୁ ସେ ଉଚ୍ଚପ୍ରଶଂସା କରିବା ସହ ସେମାନଙ୍କ ପାଖକୁ ଗଲେ ନିଜ ମଧ୍ୟରେ ବଞ୍ଚିରହିବାର ଆତ୍ମବିଶ୍ୱାସ ଜନ୍ମେ ବୋଲି କହିଥିଲେ। ମୁଖ୍ୟ ଅତିଥି ବାଲେଶ୍ୱର ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ସ୍ୱାସ୍ଥ୍ୟସେବା ଓ ସମସ୍ୟାର ବିଶ୍ଳେଷଣ କରିବା ସହ ସମସ୍ତଙ୍କୁ ଦାୟିତ୍ୱସଂପନ୍ନ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ କହିଲେ ଡାକ୍ତର ହେଉଛନ୍ତି ପ୍ରକୃତରେ ଦ୍ୱିତୀୟ ଈଶ୍ୱର। ସେମାନେ ଆମକୁ ମୃତ୍ୟୁମୁଖରୁ ଛଡ଼େଇ ଆଣିଥାନ୍ତି। ସେମାନଙ୍କ ସେବା କଥା ଯେତେ କହିଲେ ବି କମ୍‌ ହେବ। ସମ୍ମାନିତ ଅତିଥି ଭାବେ ଆପୋଲୋ ହସପିଟାଲର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡା. ବ୍ରଜରାଜ ଦାସ ଓ ଅନ୍ୟତମ ଅତିଥି ‘ଆମ ଓଡ଼ିଶା’ ସଂଯୋଜକ ସଂଜୟ କୁମାର ପାତ୍ର ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ‘ସମ୍ବାଦ’ ମହାପ୍ରବନ୍ଧକ ଅରବିନ୍ଦ ଦାସ। ‘ସମ୍ବାଦ’ ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଅବିନାଶ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଏ ଅବସରରେ ଉତ୍ତରଓଡ଼ିଶା ତଥା ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଲବ୍ଧପ୍ରତିଷ୍ଠିତ ୮ ଜଣ ଡାକ୍ତରଙ୍କୁ ଦୁଇଟି ପର୍ଯ୍ୟାୟରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ଡାକ୍ତରମାନଙ୍କ ମଧ୍ୟରେ ଥିଲେ ଜଣାଶୁଣା ପ୍ଲାଷ୍ଟିକ ସର୍ଜନ ତଥା ଅଶ୍ୱିନୀ ହସ୍ପିଟାଲର ପ୍ରତିଷ୍ଠାତା ଡାକ୍ତର ସୁବ୍ରତ ଜେନା, ହାଇଟେକ୍‌ ହସପିଟାଲର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଦାମୋଦର ପଣ୍ଡା, ସମ୍‌ ହସପିଟାଲର ଆଇଭିଏଫ୍‌ ବିଭାଗ ମୁଖ୍ୟ ପ୍ରଫେସର ଡା. ବବିତା ପଣ୍ଡା (ସ୍ତ୍ରୀ ଓ ପ୍ରସୂତି ବିଭାଗ), ଆମ୍ରି ହସପିଟାଲର ନିର୍ଦେଶକ ଡାକ୍ତର ପରେଶଚନ୍ଦ୍ର ଦେ, ହାଇଟେକ୍‌ କଲେଜ ଓ ହସପିଟାଲର ଇଏନ୍‌ଟି ବିଶେଷଜ୍ଞ ପ୍ରଫେସର ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ, ଆପୋଲୋ ହସପିଟାଲର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ବ୍ରଜରାଜ ଦାସ ଓ ଆପୋଲୋ ହସପିଟାଲର ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ସମୀରଣ ଦାସଅଧିକାରୀ। ନିଜ ଜନ୍ମମାଟି ତଥା ଜିଲ୍ଲାରେ ସମ୍ବର୍ଦ୍ଧିତ ହେବାର ଆନନ୍ଦ ନିଆରା। ଏହା ସେମାନଙ୍କ କର୍ମକ୍ଷେତ୍ରରେ ପ୍ରେରଣା ଯୋଗାଇବ ବୋଲି ଏହି ପ୍ରତିଭାବନ୍ତ ଡାକ୍ତରମାନେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe