Portrait an unknown male doctor holding a stethoscope behind
ସମ୍ବଲପୁର : ଭିମ୍ସାର୍ରେ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ମନୋନୀତ ଡା. ଶଂକର ରାମଚନ୍ଦାନୀ ନିଜ ଡାକ୍ତରଖାନା ଡ୍ୟୁଟି ବାହାରେ ଏଣିକି ମାତ୍ର ୧ ଟଙ୍କା ଫି’ରେ ରୋଗୀ ମାନଙ୍କୁ ଦେଖିବେ ଓ ସେ ବାବଦରେ ମିଳିବାକୁ ଥିବା ସମସ୍ତ ଅର୍ଥ ଗରିବ ରୋଗୀଙ୍କ ସେବା ପାଇଁ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।
ସମାଜସେବାକୁ ଜୀବନର ବ୍ରତ କରିଥିବା ଏହି ଯୁବ ଡାକ୍ତର ବର୍ତ୍ତମାନ ଭିମସାର୍ କୋଭିଡ୍ ହସ୍ପିଟାଲ୍ରେ କାର୍ଯ୍ୟରତ ଅଛନ୍ତି। ଏହି କୋଭିଡ୍ ହସ୍ପିଟାଲ୍ ଡ୍ୟୁଟି ବାବଦ ତାଙ୍କ ମିଳିବାକୁ ଥିବା ସ୍ବତନ୍ତ୍ର ଭତ୍ତା ରାଶିକୁ ସେ କୋଭିଡ୍ ଡାକ୍ତରଖାନାକୁ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ସେ ପାଇବାକୁ ଥିବା ଦୈନିକ ୧ ହଜାର ଟଙ୍କାର ଭତ୍ତା ରାଶିକୁ ଡାକ୍ତରଖାନାରେ ବିନିଯୋଗ ପାଇଁ ସେ ଭିମସାର୍ ଅଧୀକ୍ଷକଙ୍କୁ ପତ୍ର ଲେଖିଛନ୍ତି।
Follow Us