ଭୁର୍ଚୁଆଲ୍ ମିଟ୍‌ରେ ଡାକ୍ତରଙ୍କ ପରାମର୍ଶ : କରୋନାକୁ ଡରନା; ଆକ୍ରାନ୍ତ ବହୁ ଗୁରୁତର ରୋଗୀ ସୁସ୍ଥ ହେଉଛନ୍ତି

Advertisment
ଭୁର୍ଚୁଆଲ୍ ମିଟ୍‌ରେ ଡାକ୍ତରଙ୍କ ପରାମର୍ଶ : କରୋନାକୁ ଡରନା; ଆକ୍ରାନ୍ତ ବହୁ ଗୁରୁତର ରୋଗୀ ସୁସ୍ଥ ହେଉଛନ୍ତି

କଟକ : କରୋନାରେ ଆକ୍ରାନ୍ତ ହୋଇଥିବା ମଧୁମେହ, ଉଚ୍ଚ ରକ୍ତଚାପ, ନିମୋନିଆ, କିଡ୍‌ନିଭଳି ଗୁରୁତର ରୋଗୀ ବି ସୁସ୍ଥ ହୋଇ ଘରକୁ ଯାଉଛନ୍ତି। କରୋନାକୁ ଆଦୌ ଡରନ୍ତୁ ନାହିଁ। କିନ୍ତୁ ସତର୍କ ଆଉ ସଚେତନ ରୁହନ୍ତୁ। ଆଜି ରାଜ୍ୟର କୋଭିଡ୍‌, ନନ୍‌କୋଭିଡ୍‌ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଏସ୍‌ସିବିରୁ ଆୟୋଜନ କରାଯାଇଥିବା ଭର୍ଚୁଆଲ ମିଟ୍ କାର୍ଯ୍ୟକ୍ରମରେ ଏଭଳି ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା ଯେ ଆଜି ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରୁ ବରଗଡର ଜଣେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଉକ୍ତ ୬୫ବର୍ଷର କରୋନା ସଂକ୍ରମିତ ରୋଗୀ ଡାଇବେଟିସ୍‌, ନିମୋନିଆ, ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥାଇ ଦୀର୍ଘ ୧୪ଦିନ ଧରି ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ଏଭଳି ଅନେକ ଜଟିଳ ରୋଗରେ ଆକ୍ରାନ୍ତ ଥାଇ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଯାଉଛନ୍ତି।

ଏହି କାର୍ଯ୍ୟକ୍ରମରେ ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି ସ୍ବାଗତ ଭାଷଣ ଦେଇଥି‌ବାବେଳେ ଏସ୍‌ସିବି ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିରଞ୍ଚି ମହାପାତ୍ର, ଏସ୍‌ସିବି କୋଭିଡ୍‌ ତାଲିମ୍‌ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ଏସ୍‌ସିବି କୋଭିଡ୍‌ ନୋଡାଲ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ପ୍ରଫେସର ଡାକ୍ତର ନିବେଦିତା ପାଣି, ଏସ୍‌ସିବି ମାନସିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ, ଅଶ୍ବିନୀ କୋଭିଡ୍‌ ହସ୍ପିଟାଲର ଡାକ୍ତର ସମ୍ପଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ରାଜ୍ୟର ୧୦୬ଜଣ ଡାକ୍ତର ଯୋଗ ଦେଇଥିବା ବେଳେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀ କିପରି ସୁସ୍ଥ ହୋଇ ଘରକୁ ଯାଉଛନ୍ତି ଓ ବିଭିନ୍ନ କୋଭିଡ୍‌ ହସ୍ପିଟାଲର ସୁସ୍ଥ ହେଉଥିବା ରୋଗୀଙ୍କ ସଂପର୍କରେ ଡାକ୍ତରମାନେ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe