ସାମାଜିକ ଗଣମାଧ୍ୟମରେ ଡାକ୍ତରମାନଙ୍କ ଅସନ୍ତୋଷ: ଏସ୍‌ସିବି ପ୍ରତି ସରକାର ଉଦାସୀନ, ଦାୟିତ୍ବହୀନ

Advertisment

ଆସନ୍ତା ୧୧ ତାରିଖରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷ୍ମାନ ଭାରତ’ ଯୋଜନା। ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କଟକରୁ ଏହି ଯୋଜନାର ଆରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆସନ୍ତା ୧୧ ତାରିଖରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷ୍ମାନ ଭାରତ’ ଯୋଜନା। ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କଟକରୁ ଏହି ଯୋଜନାର ଆରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

3 children serious thimet

Woman inmate runs away from SCB Medical Center after kicking jail guard

କଟକ: ଆସନ୍ତା ୧୧ ତାରିଖରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷ୍ମାନ ଭାରତ’ ଯୋଜନା। ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କଟକରୁ ଏହି ଯୋଜନାର ଆରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କିନ୍ତୁ ରାଜ୍ୟର ସବୁଠୁ ବଡ଼ ଓ ସର୍ବପୁରାତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏସ୍‌ସିବିରେ ଅବ୍ୟବସ୍ଥା ଓ ପ୍ରାଶାସନିକ ସ୍ଥାଣୁତାକୁ ନେଇ କାର୍ଯ୍ୟ କରୁଥିବା ଡାକ୍ତରମାନେ ବି ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଡାକ୍ତରମାନେ ନିଜର ନାମ ଉଲ୍ଲେଖ କରି ନଥିଲେ ବି ସେମାନଙ୍କ ମତାମତ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ଏବେ ଚର୍ଚ୍ଚାର କାରଣ ହୋଇଛି।

କଟକ ବଡ଼ ଡାକ୍ତରଖାନା ଉପରେ କେବଳ ଓଡ଼ିଶାର ଜନସାଧାରଣ ନିର୍ଭର କରନ୍ତି ନାହିଁ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରୁ ବି ଶହ ଶହ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ବରିଷ୍ଠ ଡାକ୍ତରମାନଙ୍କ କହିବା ଅନୁଯାୟୀ ଡବଲ୍‌ ଇଞ୍ଜିନ୍‌ ସରକାରର ନଅ ମାସ କାର୍ଯ୍ୟକାଳ ଅତିକ୍ରାନ୍ତ କରିଲାଣି। କିନ୍ତୁ କଟକ ବଡ଼ ଡାକ୍ତରଖାନାରେ ଆଠ ମାସ ହେବ ସ୍ଥାୟୀ ଅଧୀକ୍ଷକ ନିଯୁକ୍ତି ହୋଇପାରିନି। ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷା ଏହି ବଡ଼ ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ମେଡିକାଲ କଲେଜର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବହୁ ପ୍ରଫେସର ଓ ଅଧ୍ୟାପକ ପଦ ଖାଲି ପଡ଼ିଛି। ଏ ଦିଗରେ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କଲାଭଳି ଜଣା ପଡୁନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଅଣଦେଖା କରାଯାଇଛି।

ଘରୋଇ ମେଡିକାଲ କଲେଜର ଗୁରୁତ୍ବ ବଢ଼ାଇବାକୁ ଏସ୍‌ସିବିକୁ ଦୁର୍ବଳ କରାଯାଉଛି 
୮ ମାସ ହେଲା ସ୍ଥାୟୀ ଅଧୀକ୍ଷକ ନାହାନ୍ତି

ବଡ଼ ଡାକ୍ତରଖାନାରେ ବିଭିନ୍ନ ବିଭାଗର ଜରୁରି ବ୍ୟବସ୍ଥା ଯେପରିକି ଭେଣ୍ଟିଲେଟର, ଅଲଟ୍ରାସାଉଣ୍ଡ ଆଦି ଅକାମୀ ହୋଇପଡ଼ିଥିବା ବେଳେ, ସରକାରଙ୍କ ଉଦାସୀନତା ଚିନ୍ତାର କାରଣ ହୋଇଛି। ବଡ଼ ଡାକ୍ତରଖାନାରୁ ନିର୍ଗତ ବାୟୋମେଡିକାଲ ବର୍ଜ୍ୟ ସୁପରିଚାଳନା ନିମନ୍ତେ ହାଇକୋର୍ଟ ୨୦୨୩ ଫେବ୍ରୁଆରିରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଇନ୍‌ସିନିରେଟର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। କେବଳ ଯନ୍ତ୍ରପାତି କିଣି ରଖିଦେଲେ ଯେ ରୋଗୀଙ୍କ ଚିକିତ୍ସା ଆପେ ଆପେ ଠିକ୍ ହୋଇଯିବ ତା ନୁହେଁ। ସେଗୁଡ଼ିକର ସୁପରିଚାଳନା ଓ ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବଡ଼ ଡାକ୍ତରଖାନା ପ୍ରତି ରହିଥିବା ଉଦାସୀନତା ଓ ଦାୟିତ୍ବହୀନତାରୁ ଅନୁଭବ ହେଉଛି ଯେ, କଟକର ଆଖପାଖରେ ଓ ଭୁବନେଶ୍ୱରରେ ଥିବା ଚାରି ପାଞ୍ଚଟି ଘରୋଇ ମେଡିକାଲ କଲେଜର ଗୁରୁତ୍ୱ ବଢ଼ାଇବା ପାଇଁ ରାଜ୍ୟର ପ୍ରମୁଖ ମେଡିକାଲ କଲେଜର ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ସୁଚିନ୍ତିତ ଯୋଜନା ହେଉଛି। ଡାକ୍ତରମାନଙ୍କୁ ନେଇ ହୋଇଥିବା ସାମାଜିକ ଗଣମାଧ୍ୟମର ଗ୍ରୁପରେ ଏଭଳି ମତ ମନ୍ତବ୍ୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe