କୋଭିଡ୍‌ ଡ୍ୟୁଟିରେ ଯୋଗ ଦେଉ ନାହାନ୍ତି ଡାକ୍ତର, ୭ଦିନରେ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ

ସବୁ ସିଡିଏମ୍‌ଓ ଓ ମେଡିକାଲ କଲେଜକୁ ଡିଏମ୍‌ଇଟିଙ୍କ ଚିଠି

ଡାକ୍ତର ବାଚସ୍ପତି ଚାକିରିରୁ ବହିଷ୍କୃତ

Red Deer Advocate

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ଆୟୁଷ, ପିଜି ଓ ଅନ୍ୟ ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇଛନ୍ତି। ମାତ୍ର କେତେକ ଡାକ୍ତର ଏସବୁ ଜିଲ୍ଲାକୁ ଯିବା ଲାଗି ଅମଙ୍ଗ ହେଉଛନ୍ତି। ଏପରିକି କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି। ତେଣୁ ଏହି ଡାକ୍ତରମାନଙ୍କୁ ଆସନ୍ତା ୭ଦିନ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ନଚେତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏମ୍‌ଇଟିଙ୍କ ପକ୍ଷରୁ ସବୁ ଜିଲ୍ଲା ସିଡିଏମ୍‌ଓ, ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି। ଚଳିତ ମହାମାରୀକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏଭଳି ଏକ ପରିସ୍ଥିତିରେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ନ ଦେବା କୋଭିଡ୍‌ ଲଢ଼େଇରେ ଜିଲ୍ଲା ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେଣୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଥିବା ଡାକ୍ତରମାନଙ୍କୁ ସେମାନଙ୍କ ଜିଲ୍ଲାରେ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ନଚେତ୍ ୨୦୦୫ ବିପର୍ଯ୍ୟୟ ଆଇନ ଓ ଭାରତୀୟ ମେଡିକାଲ କାଉନ୍‌ସିଲ(ପ୍ରଫେସନାଲ କଣ୍ଡକ୍ଟ, ଇଟିକ୍ୟୁଏଟ ଓ ଏଥିକ୍ସ)ର ଧାରା ୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe