ଲଇକେରା : ଝାରସୁଗୁଡ଼ା ବନଖଣ୍ଡ ବାଗଡିହି ରେଂଜ୍ରେ ଅସୁସ୍ଥ ହୋଇ ବୁଲୁଥିବା ଦନ୍ତା ହାତୀକୁ ଶନିବାର ଚିକିତ୍ସା କରାଯାଇଛି। ଭୁବନେଶ୍ୱରରୁ ଆସିଥିବା ଏକ ଡାକ୍ତରୀ ଦଳ ଦନ୍ତାର ଚିକିତ୍ସା କରି ଫେରିଯାଇଛନ୍ତି। ତେବେ, ଦନ୍ତାର ସ୍ୱସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାଯାଇଛି।
ଶୁକ୍ରବାର ଦିନ ବେଳା ଉଚ୍ଛୁକାବାହାଲ ଗ୍ରାମ୍ୟ ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀଟି ବୁଲୁଥିବା ବେଳେ ବନ କର୍ମଚାରୀମାନେ ନଜର ରଖିଥିଲେ। ଆଜି ସକାଳୁ ହାତୀର ଚିକିତ୍ସା ପାଇଁ ଆସିଥିବା ଓୟୁଏଟିର ପ୍ରାଣୀ ଶଲ୍ୟ ଓ ଏକ୍ସ-ରେ ବିଭାଗ ପ୍ରଫେସର ଡା. ଇନ୍ଦ୍ରମଣି ନାଥ, ରିସର୍ଚ୍ଚ ପର୍ସନ ଦଳ, ନନ୍ଦନକାନନର ଗନ୍ ଆସିଷ୍ଟାଣ୍ଟ ମଧ୍ୟ ସେଠାରେ ପହଞ୍ଚିଥିଲେ। ପ୍ରଥମେ ଗାଁ ନିକଟ ଏକ କଲଭର୍ଟଠାରେ ହାତୀକୁ ପ୍ରଥମ ସର୍ଟ ଟ୍ରାଙ୍କୁଲାଇଜର ଦେଇଥିଲେ। ପୁଣି ଏକ କିଲୋମିଟର ପରେ ଆଉ ଏକ ସର୍ଟ ଟ୍ରାଙ୍କୁଲାଇଜର ଦେବା ପରେ ହାତୀଟି ତଳେ ପଡ଼ିଯାଇଥିଲା। ଏହା ପରେ ହାତୀର ଚିକିତ୍ସା ଆରମ୍ଭ ହୋଇଥିଲା।
Follow Us