ବିଜୁଳି ଚାଲିଯିବା ପରେ କଟକ ଏସସିବି ମେଡିକାଲର ଜରୁରୀକାଳୀନ ୱାର୍ଡରେ ଟର୍ଚ୍ଚ ଲଗାଇ ରୋଗୀ ଦେଖିଲେ ଡାକ୍ତର

Advertisment
ବିଜୁଳି ଚାଲିଯିବା ପରେ କଟକ ଏସସିବି ମେଡିକାଲର ଜରୁରୀକାଳୀନ ୱାର୍ଡରେ ଟର୍ଚ୍ଚ ଲଗାଇ ରୋଗୀ ଦେଖିଲେ ଡାକ୍ତର

କଟକ: ବଡ଼ ମେଡିକାଲରେ ବଡ଼ ବିଭ୍ରାଟ ସାମ୍ନାକୁ ଆସିଛି। ଏସସିବି ମେଡିକାଲରେ ଅନ୍ଧାରୀ ଚିକିତ୍ସା ଭଳି ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି। ଜରୁରୀକାଳୀନ ୱାର୍ଡରେ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖୁଥିବାର ଭିଡିଓ ଏବେ ରାଜ୍ୟର ସବୁଠାରୁ ବଡ଼ ମେଡିକାଲର ଅବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି।

ଗତକାଲି ରାତି ପ୍ରାୟ ସାଢେ ୯ଟାରେ କଟକ ଏସସିବି ମେଡିକାଲ କଲେଜରେ ୧୫ ମିନିଟ ପାଇଁ ବିଜୁଳି ଆଲୁଅ ଚାଲି ଯାଇଥିଲା। ଏହି ସମୟରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଓ ଚିକିତ୍ସା କରୁଥିବା ଡାକ୍ତର ଟର୍ଚ୍ଚ ବ୍ୟବହାର କରି ଚିକିତ୍ସା କରିଥିଲେ। ତେବେ ଜରୁରୀକାଳୀନ ବିଭାଗକୁ ରୋଗୀ ତତକ୍ଷଣାତ ଚିକିତ୍ସା ପାଇଁ ଆସୁଥିବାବେଳେ କୌଣସି ବିକଳ୍ପ ବ୍ୟବସ୍ଥା ନରହିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ୧୫ ମିନିଟ ପାଇଁ ବିଜୁଳି ଯାଇଥିଲା ଓ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ବୋଲି କହିଛନ୍ତି କଟକ ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe