କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହେବେ ପିଜି‌ ଶେଷ କରିଥିବା ୪୪୭ ଡାକ୍ତର

Advertisment

୩ ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

୩ ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନଦୀ ପାର ହୋଇ ଜଙ୍ଗଲରେ ୮କିମି ଚାଲିଲେ ଡାକ୍ତର

Global News

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଅସମ୍ଭବ ଭାବେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ରାଜ୍ୟର ୩ଟି ପୁରୁଣା ମେଡିକାଲ କଲେଜରେ ପିଜି ଶେଷ କରି ବିଭିନ୍ନ ବିଭାଗ‌ରେ ନିୟୋଜିତ ହୋଇଥିବା ଡାକ୍ତରଙ୍କୁ କୋଭିଡ୍‌ ହସ୍ପିଟାଲ ଓ ଟ୍ରମା ସେଣ୍ଟର୍‌ରେ ନିଯୁକ୍ତ କରାଯିବ। ଏନେଇ ଆଜି ୩ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ଅଧୀକ୍ଷକଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି। ସମୁଦାୟ ୪୪୭ଜଣ ଡାକ୍ତରଙ୍କୁ କୋଭିଡ୍‌ ହେଲ୍‌ଥ ସେଣ୍ଟର୍‌, କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର୍‌ରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।

ଏସ୍‌ସିବି ମେଡିକାଲ କଲେଜ, ଏମ୍‌କେସିଜି ଓ ଭୀମସାର ବୁର୍ଲାରେ ମେଡିକାଲ ବଣ୍ଡ ଅନୁଯାୟୀ ପିଜି ଶେଷ କରିଥିବା ୪୪୭ଜଣ ଡାକ୍ତର ବିଭିନ୍ନ ବିଭାଗ ଓ ନିକଟବର୍ତୀ ମେଡିକାଲଗୁଡ଼ିକରେ ୨ବର୍ଷ ପାଇଁ କାର୍ଯ୍ୟ କରିବାର ନିୟମ ରହିଛି। ମାତ୍ର ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତି ଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ରହିଛି। ତେଣୁ ସଂପୃକ୍ତ ପିଜି ଡାକ୍ତରମାନେ ୧୪ ଦିନ ପାଇଁ କୋଭିଡ୍‌ ହସ୍ପିଟାଲ/କୋଭିଡ ହେଲ୍‌ଥ ସେଣ୍ଟର୍‌/କୋଭିଡ୍‌ କେୟାର ସେଣ୍ଟର୍‌ରେ କାର୍ଯ୍ୟ କରିବେ। ପରବର୍ତୀ ସମୟରେ ୧୪ଦିନ ପାଇଁ ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ରହିବେ। ଗୋଟିଏ ଟିମ୍‌ର କାର୍ଯ୍ୟ ଶେଷ ହେବା ପରେ ଆଉ ଗୋଟିଏ ଟିମ୍‌ ଏହି କାର୍ଯ୍ୟରେ ନିୟୋଜିତ ହେବେ। ଫଳରେ ଜଣେ ଡାକ୍ତର ଅତି କମ୍‌ରେ ୧ ମାସ ପାଇଁ ଏଥିରେ ନିୟୋଜିତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe