‘ଫନି’ରେ ଓଡ଼ିଶା ପୁଲିସର ଭୂମିକା ଉପରେ ପ୍ରାମାଣିକ ଚିତ୍ର

Advertisment

ସଚିବାଳୟରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ସଚିବାଳୟରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

‘ଫନି’ରେ ଓଡ଼ିଶା ପୁଲିସର ଭୂମିକା ଉପରେ ପ୍ରାମାଣିକ ଚିତ୍ର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୁଲିସ ବିଭାଗ ଦ୍ବାରା ପ୍ରସ୍ତୁତ ‘ଭୟଙ୍କର ବାତ୍ୟା ଫନି ୨୦୧୯- ମୁକାବିଲାରେ ଓଡ଼ିଶା ପୁଲିସର ଭୂମିକା’ର ଉନ୍ମୋଚନ କରିଛନ୍ତି। ଏହି ପ୍ରାମାଣିକ ଚିତ୍ରରେ ଫନି ବାତ୍ୟା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ପୁଲିସର ସହାୟତା କାର୍ଯ୍ୟ ସମ୍ପର୍କରେ ଉପସ୍ଥାପନା କରାଯାଇଛି। ଫନି ବାତ୍ୟା ସମୟରେ ପ୍ରଭାବିତ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଆଇନ ଶୃଙ୍ଖଳା ରକ୍ଷା, ରିଲିଫ ସାମଗ୍ରୀ ପରିବହନ ଓ ବଣ୍ଟନ, ରନ୍ଧା ଖାଦ୍ୟ ଯୋଗାଣ ସମେତ ଆହତ ଲୋକମାନଙ୍କ ଚିକିତ୍ସା ସୁବିଧା ଆଦି କ୍ଷେତ୍ରରେ ପୁଲିସର କାର୍ଯ୍ୟ ସମ୍ପର୍କରେ ଏହି ପ୍ରାମାଣିକ ଚିତ୍ର ଏକ ଗୁରୁତ୍ବପୂର୍ଣ୍ଣ ଦଲିଲ। ରାଜ୍ୟ ପୁଲିସର ଏପରି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହିତ ଏହି ପ୍ରାମାଣିକ ଚିତ୍ରଟି ଭବିଷ୍ୟତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁଲିସକୁ ମାର୍ଗଦର୍ଶନ କରିବାରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ସ୍ବାଗତ ଭାଷଣ ଦେଇ ପୁଲିସ କାର୍ଯ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିବା ସହ ପୁଲିସ କମିସନର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe