ନବଜାତ କନ୍ୟାର ମୃତଦେହ ଝୁଣି ଖାଇଲେ କୁକୁର: ବ୍ୟାଗ୍‌ରେ ପୂରାଇ ଅଳିଆଗଦାରେ ଫିଙ୍ଗି ଦେଇଥିଲେ

Advertisment

ବୁଧବାର ସକାଳେ ଏକ ଅଭାବନୀୟ, ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଟାଉନ୍‌ ଥାନା ମହେଶଡିହି ପାର୍କ ନିକଟରେ। କେହି ଜଣେ ନବଜାତ କନ୍ୟାର ମୃତଦେହ ଅଳିଆଗଦାରେ ଫିଙ୍ଗି ଦେଇଥିବା ବେଳେ ତାକୁ ବୁଲାକୁକୁର ଝୁଣି ଖାଉଥିବା ଦୃଶ୍ୟ ସାମନାକୁ ଆସିଥିଲା।

ବୁଧବାର ସକାଳେ ଏକ ଅଭାବନୀୟ, ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଟାଉନ୍‌ ଥାନା ମହେଶଡିହି ପାର୍କ ନିକଟରେ। କେହି ଜଣେ ନବଜାତ କନ୍ୟାର ମୃତଦେହ ଅଳିଆଗଦାରେ ଫିଙ୍ଗି ଦେଇଥିବା ବେଳେ ତାକୁ ବୁଲାକୁକୁର ଝୁଣି ଖାଉଥିବା ଦୃଶ୍ୟ ସାମନାକୁ ଆସିଥିଲା।

ମା’ଶୁଦ୍ଧିକ୍ରିୟା ପାଇଁ ଛୁଆକୁ ବିକିଦେଲା ବାପା

ସୁନ୍ଦରଗଡ଼: ବୁଧବାର ସକାଳେ ଏକ ଅଭାବନୀୟ, ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଟାଉନ୍‌ ଥାନା ମହେଶଡିହି ପାର୍କ ନିକଟରେ। କେହି ଜଣେ ନବଜାତ କନ୍ୟାର ମୃତଦେହ ଅଳିଆଗଦାରେ ଫିଙ୍ଗି ଦେଇଥିବା ବେଳେ ତାକୁ ବୁଲାକୁକୁର ଝୁଣି ଖାଉଥିବା ଦୃଶ୍ୟ ସାମନାକୁ ଆସିଥିଲା। ନବଜାତ ଶିଶୁର ମୃତଦେହକୁ ଏକ ବ୍ୟାଗରେ ରଖି ଅଳିଆ ଗଦାରେ ଫିଙ୍ଗି ଦିଆଯାଇଥିଲା। କୁକୁରମାନେ ତା’ର ଗୋଟିଏ ଗୋଡ଼କୁ ଛିଣ୍ଡାଇ ଖାଇ ଦେଇଥିଲେ। ଏହା ପରେ ତାକୁ ଝୁଣୁଥିବାବେଳେ ଏ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ କାଉନ୍‌ସିଲର ସୁମନ୍ତ ସାହୁଙ୍କୁ ଜଣାଇଥିଲେ। ଶ୍ରୀ ସାହୁ ତୁରନ୍ତ ଘଟଣାସ୍ଥଳକୁ ଆସି ଟାଉନ୍‌ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଶିଶୁର ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଶବାଗାରରେ ରଖିଛି।

ଏହା ସହ ଟାଉନଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କେଉଁ ସ୍ଥିତିରେ ଶିଶୁକନ୍ୟାର ମୃତଦେହକୁ ଅଳିଆଗଦାରେ ପକାଇଥିଲା, ତାହା ସ୍ପଷ୍ଟ ହୋଇ ନାହିଁ। ଗର୍ଭପାତ ପରେ ଅଥବା ଅବୈଧ ସମ୍ପର୍କରୁ ମୃତଶିଶୁଟି ଜନ୍ମ ହେବା, ନତୁବା ଲୋକଲଜ୍ଜା ଭୟରେ ମାରି ଏଠାରେ କିଏ ପକାଇ ଦେଇ ଚାଲି ଯାଇଥିବା ଚର୍ଚ୍ଚା ହେଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ଓ ଖୁବ୍‌ ଶୀଘ୍ର ସତ ସାମନାକୁ ଆସିବ ବୋଲି କହିଛନ୍ତି ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe