କୁକୁର ବନ୍ଧ୍ୟାକରଣ କେନ୍ଦ୍ର ପ୍ରସ୍ତାବ ଶୀତଳଭଣ୍ଡରରେ

Advertisment
କୁକୁର ବନ୍ଧ୍ୟାକରଣ କେନ୍ଦ୍ର ପ୍ରସ୍ତାବ ଶୀତଳଭଣ୍ଡରରେ

ଜୟପୁର: ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କର୍ଯ୍ୟକ୍ରମ ଅର୍ନ୍ତଗତ କୁକୁରଙ୍କୁ ବନ୍ଧ୍ୟାକରଣ କେନ୍ଦ୍ର ବହୁ ଶୀଘ୍ର ଜୟପୁରରେ ଖୋଲିବାକୁ କରାଯାଇଥିବା ଯୋଜନା ଏବେ ଶୀତଳଭଣ୍ଡାରକୁ ଚାଳିଯାଇଛି। ‌ଏହି କେନ୍ଦ୍ର ଖୋଲିବାକୁ ଚିହ୍ନଟ ତ୍ରିନାଥ କଲ୍ୟାଣ ମଣ୍ଡପକୁ ପୌରପାଳିକା ତୁରନ୍ତ ପୁନଃ ରୁଦ୍ଧାର କରିବାକୁ ଦାବି ହୋଇଛି।

ସହରରେ ବୁଲା କୁକୁର ପଲପଲ ହୋଇ ବୁଲିବା ସହ ବହୁ ସମୟରେ ଲୋକଙ୍କୁ କାମୁଡୁଛନ୍ତି। ତା ସହ ଦେଶୀ କୁକୁର ଗୁଡିକ ନିଜର ବଂଶ ବିସ୍ତାର ବ୍ୟାପକ ଭାବେ କରୁଥିବାରୁ ଏହାକୁ ରୋକିବା ପାଇଁ ଏହି କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଥିଲା। ‌ପ୍ରଥମେ କୁକୁରଙ୍କୁ ଧରି ଆଣି ଦୁଇ ଦିନ କାଳ ଯାଂଚରେ ରହିବା ପରେ ଅସ୍ତ୍ରପ୍ରଚାର ପାଇଁ ଯୋଗ୍ୟ ହେବା ପରେ ୨୦ଟି କୁକୁରର ବନ୍ଧ୍ୟାକରଣ ଅସ୍ତ୍ରପ୍ରଚାର ଅସ୍ତ୍ରପ୍ରଚାର କରାଯିବାର ଯୋଜନା ରହିଥିଲା। ଏହି ପ୍ରକଳ୍ପ ପାଇଁ ଚିହ୍ନଟ ନୂଆସାହି ତ୍ରିନାଥ କଲ୍ୟାଣ ମଣ୍ଡପ ଲିଜ୍ ଧାରୀଙ୍କ ନାଁରେ ରହିଥିଲେ ହେଁ ସେମାନେ ଭଡା ପୌରପାଳିକାରେ ଜମା କରୁନଥିଲେ। ତେବେ ଏହି କେନ୍ଦ୍ର ଖୋଲିବା ନାଁରେ  ଦୀର୍ଘ ଦିନ ପରେ  ପୌରପାଳିକାର ଅଧିନକୁ  ଏହି ମଣ୍ଡପ ଆସିପାରିଥିଲା।

କୁକୁର ବନ୍ଧ୍ୟାକରଣ କେନ୍ଦ୍ର ଯଦି ଏଠାରେ ଖୋଲା ଯାଇ ପାରିଲା ନାହିଁ , ତା ପରେ ଏହାର ପୁନଃ ରୁଦ୍ଧାର କରି ଏହାକୁ ବ୍ୟବହାର ଉପଯୋଗୀ ପୌରପାଳିକା ପକ୍ଷରୁ କରିବା କଥା। ତାହା ନ କରି ତାଲା ପକାଇ ରଖିବା ଫଳରେ ଲୋକଙ୍କ କାମରେ ଏହା ଆଉ ଲାଗି ପାରୁନାହିଁ। ଫଳରେ ବହୁ ମଧ୍ୟମ ଓ ଗରିବ ଶ୍ରେଣୀର ଲୋକେ ବାହାଘର, ବ୍ରତଘର, ଜନ୍ମଦିନ ଆଦିର ଭୋଜିଭାତ ଉତ୍ସବ ଆଦି କମ୍ ଟଙ୍କା ଖର୍ଚ୍ଚରେ ଏହା ପରିସରରେ କରି ପାରୁଥିଲେ। ତେବେ ତାହା କରି ପାରୁ ନାହାନ୍ତି। ଅପରପକ୍ଷରେ ସଂଧ୍ୟା ନଇଁବା ମାତ୍ରକେ ଅସାମାଜିକ ମାନେ ଏଠାରେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe