Dogs are people's friends, not all dogs bite people: Mayor Photograph: (sambad.in)
ଭୁବନେଶ୍ବର: ବୁଲା କୁକୁର ସବୁ ଜାଗାରେ ଅଛନ୍ତି। ଭୁବନେଶ୍ୱରରେ କିଛି ମାତ୍ରାରେ ବଢ଼ିଛନ୍ତି। ୨ ବର୍ଷ ହେଲା କୁକୁର ବନ୍ଧ୍ୟାକରଣ ବନ୍ଦ ରହିଥିଲା। ହେଲେ ଗତ ମେ’ ମାସରୁ ଏହା ଆରମ୍ଭ ହୋଇଛି ବୋଲି ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି।
ସବୁ କୁକୁର ଲୋକଙ୍କୁ କାମୁଡନ୍ତିନି, କି କ୍ଷତି କରନ୍ତିନି। କୁକୁରମାନେ ବି ଲୋକଙ୍କ ବନ୍ଧୁ ପରି। କିଛି କୁକୁର ପାଗଳ ହୋଇ ଲୋକଙ୍କୁ କ୍ଷତି ପହଞ୍ଚାଉଛନ୍ତି। ସେଭଳି କ୍ଷେତ୍ରରେ ଆମକୁ କଲ୍ ଆସିଲେ ସେଠି ଆମ ଟିମ୍ ପହଞ୍ଚୁଛନ୍ତି। ଯେଉଁ ସ୍ଥାନରୁ କୁକୁରଙ୍କୁ ଅଣୁଛୁ ବନ୍ଧ୍ୟାକରଣ ପରେ ପୁଣି ନେଇ ସେଠି ଛାଡୁଛୁ ବୋଲି ସେ କହିଛନ୍ତି।
ପାଗଳା କୁକୁରଠୁ ସତର୍କ ରୁହନ୍ତୁ।.ଛଅ ମାସରେ ଦେଢ଼ ଲକ୍ଷ କୁକୁର କାମୁଡା କେସ୍ ଆସିଛି। ଚଳିତ ବର୍ଷର ଜୁନ ୧୦ ଯାଏଁ ଦେଢ଼ ଲକ୍ଷରୁ ଅଧିକ କୁକୁର କାମୁଡା ମାମଲା ଆସିଲାଣି। ରାଜ୍ୟରେ ମାସକୁ ୨୦ ହଜାରରୁ ୩୦ ହଜାର କାମୁଡା ମାମଲା ଆସୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।
ସବୁ ପାଗଳ କୁକୁର କାମୁଡ଼ି ନଥାନ୍ତି। ଏଆରଭି ସବୁ ହସ୍ପିଟାଲରେ ଦିଆଯାଇଛି। ବଲାଙ୍ଗୀରରେ ଦୁଇଟି ମୃତ୍ୟୁ ମାମଲା ଆସିଛି। ଯାହାର ଯାଞ୍ଚ ହେଉଛି। ଯଦି ଠିକ୍ ସମୟରେ ଟିକା ନେଇ ନ ଥିବେ ତେବେ ରାବିଜ ବା ଜଳାନ୍ତକ ବୃଦ୍ଧି ହୋଇଥାଏ। ରାଜ୍ୟରେ ଆଇସିଭିସି କାର୍ଯ୍ୟକ୍ରମ ଚାଲିଛି। ଲୋକଙ୍କୁ ସଚେତନ କରାଯାଉଛି। ପୌର ସଂସ୍ଥା ପକ୍ଷରୁ ବନ୍ଧ୍ୟାକରଣ କରିବା ମଧ୍ୟ ଜରୁରୀ ବୋଲି ସେ କହିଛନ୍ତି।
Sulochana Das | bmc
Follow Us