ସମାଜ ପାଇଁ କିଛି କରିବା ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ: ଆଇଜି

Advertisment

ସଫଳତା ଏକ ନିରନ୍ତର ପ୍ରକ୍ରିୟା। ସଫଳତା ହାସଲ ପାଇଁ ପ୍ରଥମେ ନିଜ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ହେବ। ଲକ୍ଷ୍ୟ ସୁନିଶ୍ଚିତ କରି ଆଗକୁ ବଢ଼ିବାର ଅଛି। ତ‌େବେ, ନିଜ ପାଇଁ କିଛି କରିବାରେ ସୀମିତ ନରହି ସମାଜ ପାଇଁ ନୂଆ କିଛି କରିବା ଛାତ୍ରଛାତ୍ରୀମାନଙ୍କ ଲକ୍ଷ୍ୟ ହେବା ଉଚିତ।

ସଫଳତା ଏକ ନିରନ୍ତର ପ୍ରକ୍ରିୟା। ସଫଳତା ହାସଲ ପାଇଁ ପ୍ରଥମେ ନିଜ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ହେବ। ଲକ୍ଷ୍ୟ ସୁନିଶ୍ଚିତ କରି ଆଗକୁ ବଢ଼ିବାର ଅଛି। ତ‌େବେ, ନିଜ ପାଇଁ କିଛି କରିବାରେ ସୀମିତ ନରହି ସମାଜ ପାଇଁ ନୂଆ କିଛି କରିବା ଛାତ୍ରଛାତ୍ରୀମାନଙ୍କ ଲକ୍ଷ୍ୟ ହେବା ଉଚିତ।

sscxcx

ସମ୍ବଲପୁର: ସଫଳତା ଏକ ନିରନ୍ତର ପ୍ରକ୍ରିୟା। ସଫଳତା ହାସଲ ପାଇଁ ପ୍ରଥମେ ନିଜ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ହେବ। ଲକ୍ଷ୍ୟ ସୁନିଶ୍ଚିତ କରି ଆଗକୁ ବଢ଼ିବାର ଅଛି। ତ‌େବେ, ନିଜ ପାଇଁ କିଛି କରିବାରେ ସୀମିତ ନରହି ସମାଜ ପାଇଁ ନୂଆ କିଛି କରିବା ଛାତ୍ରଛାତ୍ରୀମାନଙ୍କ ଲକ୍ଷ୍ୟ ହେବା ଉଚିତ। ସମାଜ ପାଇଁ ଆମେ ଯଦି ନୂଆ କିଛି କରିପାରୁଛୁ, ତାହାଠାରୁ ଆଉ ବଡ଼ କିଛି ନାହିଁ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି। 

‘ସମ୍ବାଦ ଡିଜିଟାଲ୍‌’ ପକ୍ଷରୁ ଆଜି ହୋଟେଲ ରିଭର୍‌ ଇନ୍‌ରେ ସିବିଏସ୍‌ଇ ଓ ଆଇସିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରାଛ୍ରତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ‘ଅଗ୍ରୟୋଧି-୨୦୨୫’ କାର୍ଯ୍ୟକ୍ରମରେ ଆଇଜି ହିମାଂଶୁ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରୀକ୍ଷାରେ ସଫଳତା ପାଇବାର ମନ୍ତ୍ର ବତାଇଥିଲେ। ଅନେକ ବହି ନପଢ଼ି କେବଳ ଗୋଟିଏ ଉତ୍କୃଷ୍ଟ ବହି ଚୟନ କରି ବାରମ୍ବାର ପଢ଼ିବାକୁ ହେବ। କେବଳ ଟେବୁଲ୍‌ ଓ ଚୌକିରେ ବସି ପାଠ ପଢ଼ିବା, କାଗଜକଲମରେ ପ୍ରଶ୍ନର ସମାଧାନ କରିବା, ସିଲାବସ୍‌କୁ ଅନୁସରଣ କରି ୧୦ ବର୍ଷର ପ୍ରଶ୍ନପତ୍ରର ବାରମ୍ବାର ସମାଧାନ କରିବା ଅତ୍ୟନ୍ତ ଜରୁରି ବୋଲି ସେ ପରାମର୍ଶ ଦେଇଛନ୍ତି। ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଉମାଶଙ୍କର ଦାଶ କହିଲେ, ଅନ୍ୟ ଦେଶ ତୁଳନାରେ ଭାରତରେ କର୍ମଜୀବୀଙ୍କ ସଂଖ୍ୟା ଅଧିକ ରହିଛି। ଆଜିର ଛାତ୍ରଛାତ୍ରୀ ଆମ ଭବିଷ୍ୟତ। ବିକଶିତ ଓଡ଼ିଶା ଓ ଭାରତ ପରିକଳ୍ପନାର ଗୁରୁଦାୟିତ୍ବ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ଉପରେ ରହିଛି। ଯେଉଁ ପରିଶ୍ରମ କରି ଆଜିର ସଫଳତା ପାଇଛନ୍ତି, ତାକୁ ଜାରି ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିବାକୁ ହେବ ବୋଲି ଡ. ଦାଶ କହିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହି‌ଲେ, ଯଦି ବୃତ୍ତି ଓ ପ୍ରବୃତ୍ତି ମେଳ ନ ଖାଇବ, ତେବେ ସଫଳତା ମିଳିବ ନାହିଁ।

ସମ୍ବଲପୁରରେ ‘ସମ୍ବାଦ ଡିଜିଟାଲ୍‌’ର ‘ଅଗ୍ରୟୋଧି’ କାର୍ଯ୍ୟକ୍ରମ

ବୃତ୍ତି ଓ ପ୍ରବୃତ୍ତି ଅନୁକୂଳ ହେଲେ ସଫଳତା ନିଶ୍ଚିତ: ସୌମ୍ୟରଂଜନ

ବାହୁବଳ, ଧନବଳ ଓ ମନୋବଳ ମଧ୍ୟରୁ ଉପସ୍ଥିତ ମେଧାବୀ ଛାତ୍ରଛାତ୍ରୀମାନେ ମନୋବଳର ପ୍ରତୀକ। ଯାହାର ମନୋବଳ ଦୃଢ଼ ଅଛି, ଅନ୍ୟ ଦୁଇ ବଳର ଆବଶ୍ୟକତା ନାହିଁ ବୋଲି କହିଥିଲେ। ମନର ପରିଭାଷା ବୁଝାଇବାକୁ ଯାଇ ଶ୍ରୀ ପଟ୍ଟନାୟକ ‘ମ’ ଓ ‘ନ’ର ପାଇଁ ପାଞ୍ଚଟି ଲେଖାଏଁ ସୂତ୍ର ବତାଇଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ଡ. ମୋନିକା ନୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ନିଜ ଉପରେ ଅତୁଟ ବିଶ୍ବାସ ରଖିବା ସହ ନିଜ ଆଗ୍ରହକୁ ନେଇ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ‘ସମ୍ବାଦ ଡିଜିଟାଲ୍‌’ ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ସ୍ବାଗତ ଭାଷଣ, ରାଉରକେଲା ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା ମଞ୍ଚ ପରିଚାଳନା କରିଥିଲେ। ସମ୍ବଲପୁରର ମୁଖ୍ୟ ସହ-ସଂପାଦକ ଜ୍ଞାନରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମର ପ୍ରଯୋଜକଙ୍କୁ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ‘ସମ୍ବାଦ ଡିଜିଟାଲ୍‌’ ପଶ୍ଚିମ ଓଡ଼ିଶା ବିଜ୍ଞାପନ ମୁଖ୍ୟ ଲଲାଟେନ୍ଦୁ ସ୍ବାଇଁ, ‘ସମ୍ବାଦ’ର ଏଜିଏମ୍‌ ଗଜେନ୍ଦ୍ରନାଥ ମଲ୍ଲିକ, ବିଜ୍ଞାପନ ବିଭାଗ ଅଧିକାରୀ ପ୍ରବୀର ମଲ୍ଲିକ, ସମ୍ବଲପୁର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ସହଯୋଗ କରିଥିଲେ। ଏହି ଅବସରରେ ଇଣ୍ଡିଆନ ପବ୍ଲିକ ସ୍କୁଲର ରଶ୍ମିରେଖା ପଣ୍ଡା, ବିରାଟର ଜେ.ଆର୍‌. ଆଚାର୍ଯ୍ୟ, ବଦ୍ରିପ୍ରସାଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିର ଡ. ରାଜେଶେଖର ସିଂହ୍ନା, ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌, ସମ୍ବଲପୁରର ସନ୍ତୋଷ କୁମାର, ସମ୍ବଲପୁର ନର୍ସିଂ କଲେଜର ନାଜିରା ଫାତିମା, ଏଆଇପିଏଚ୍‌ ଭୁବନେଶ୍ବରର ଡ. ସମରେନ୍ଦ୍ରନାଥ ପଣ୍ଡା, ବିକାଶ କନ୍‌ସେପ୍ଟ ସ୍କୁଲର ଡ.ପୁଷ୍ପିତା ପଣ୍ଡା, ମଦନାବତୀ ପବ୍ଲିକ ସ୍କୁଲର ଭାବନା ଲାଠ, କ୍ରିଷ୍ଣା ବିକାଶ ବରଗଡ଼ର ଚିତ୍ତରଂଜନ ପତି, ନବୋଦିତ୍ୟ ହାୟର ସେକେଣ୍ଡାରି ସ୍କୁଲ ଖରିଆରରୋଡ଼ର ଅଶ୍ବିନୀ କୁମାର ଭୋଇ, ବୈଦିକ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଗୀତା ଡି. ରାଜନ, ହୋଟେଲ ରିଭର୍‌ ଇନ୍‌ର ସାହିଲ ପୁରୋହିତ, ମାହେଶ୍ବରୀ ଗ୍ରୁପ୍‌ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ସନ୍ତୋଷିନୀ କର୍ଣ୍ଣ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe