ଦୋଳ-ହୋଲି ଅଘଟଣ: ଅକାଳରେ ଗଲା ୪୨ ଜୀବନ, ବନ୍ଧୁକ ଫୁଟାଇ ବନ୍ଧୁଙ୍କୁ ହତ୍ୟା

ବୟାଳିଶମୌଜାରେ ହୋଲି ଉତ୍ସବ ସମୟରେ ବନ୍ଧୁର ଗୁଳିରେ ବନ୍ଧୁର ମୁଣ୍ଡ ଗଡ଼ିଛି। କ୍ୟାରମ୍‌ ଖେଳ ସମୟରେ ବୋର୍ଡରେ ପାଣି ପଡ଼ିଯିବାରୁ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବନ୍ଧୁ ଅନ୍ୟ ଜଣକୁ ଜିରୋ ରେଞ୍ଜରୁ ଗୁଳି ଫୁଟାଇ ହତ୍ୟା କରିଛି।

adaaa

କଟକ: ବୟାଳିଶମୌଜାରେ ହୋଲି ଉତ୍ସବ ସମୟରେ ବନ୍ଧୁର ଗୁଳିରେ ବନ୍ଧୁର ମୁଣ୍ଡ ଗଡ଼ିଛି। କ୍ୟାରମ୍‌ ଖେଳ ସମୟରେ ବୋର୍ଡରେ ପାଣି ପଡ଼ିଯିବାରୁ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବନ୍ଧୁ ଅନ୍ୟ ଜଣକୁ ଜିରୋ ରେଞ୍ଜରୁ ଗୁଳି ଫୁଟାଇ ହତ୍ୟା କରିଛି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଭିରଙ୍ଗ ଅଞ୍ଚଳର ଗଣେଶ ଓରଫ ବିକାଶ ମହାନ୍ତି। ପୁଲିସ ଏହି ମାମଲାରେ ଅଭିଯୁକ୍ତ କିଟୁ ଓରଫ ପ୍ରକାଶ ସୂତାର(୨୫)କୁ ଗିରଫ କରିଥିବା ବେଳେ ତା’ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ଖାଲି କ୍ୟାଟ୍ରିଜ୍ ଜବତ କରିଛି। 

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଚାହାପଡ଼ାର କିଟୁ ଓରଫ ପ୍ରକାଶ ସୂତାର ବୟାଳିଶମୌଜା ଶ୍ରୀକ୍ରିଷ୍ଣାବିହାର ଦ୍ବାରକା ଚୌକ୍‌ରେ ଏକ ଭଡ଼ା ଘରେ ରୁହନ୍ତି। ସେ ଘରେ ତାଙ୍କ ସମ୍ପର୍କୀୟ ଭାଇ ଶକ୍ତି ଓ ଦେବ, ଡ୍ରାଇଭର, ରୋଷେୟା ରୁହନ୍ତି। ଶକ୍ତିଙ୍କର ନେତାଜୀନଗର ଅଞ୍ଚଳରେ ଏକ ଡାକ୍ତରଖାନା ଥିବା ବେଳେ ସମସ୍ତେ ସେଠାରେ ନିୟୋଜିତ ହୋଇଥିଲେ। ହୋଲି ପାଇଁ ସେହି ଘରକୁ ଗଣେଶ ଶୁକ୍ରବାର ଆସି ପହଞ୍ଚିଥିଲେ। ଶନିବାର ଏକ ଭୋଜି ଆୟୋଜନ କରିଥିଲେ। ଏହି ଭୋଜିରେ କିଟୁ, ଶକ୍ତି, ଦେବ, ଗଣେଶ ଓରଫ ବିକାଶ ମହାନ୍ତିଙ୍କ ସମେତ ଡ୍ରାଇଭର ଓ ରୋଷେୟା ବି ସାମିଲ ହୋଇଥିଲେ। ବିରିୟାନି ଖାଇବା ସହିତ ମଦ ବି ପିଇଥିଲେ। ନିଶାସକ୍ତ ଅବସ୍ଥାରେ ଥିବା କିଟୁ ଏବଂ ଗଣେଶ ମଧ୍ୟରେ ଅପରାହ୍ଣ ପ୍ରାୟ ୫ଟା ବେଳେ କଥା କଟାକଟି ହୋଇଥିଲା। କ୍ୟାରମ୍ ବୋର୍ଡରେ ପାଣି ଢାଳିବାକୁ ନେଇ ଏହି ବିବାଦ ହୋଇଥିଲା। କିଟୁ ପାଟି କରିବାରୁ ଗଣେଶ ତାଙ୍କୁ ଗାଳିଗୁଲଜ କରିଥିଲେ। କିଟୁ ଅଣ୍ଟାରୁ ଏକ ବନ୍ଧୁକ କାଢ଼ି ଗଣେଶଙ୍କୁ ଗୁଳି ମାଡ଼ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗଣେଶ ଘର ଭିତରେ ପଡ଼ିଯାଇଥିଲେ। କିଟୁ ଏ ସଂକ୍ରାନ୍ତରେ ତାଙ୍କ ଭାଇ ଶକ୍ତିଙ୍କୁ ଜଣାଇଥିଲେ। ଶକ୍ତି ତୁରନ୍ତ ବୟାଳିଶମୌଜା ଥାନା ପୁଲିସକୁ ଅବଗତ କରାଇଥିଲା। ପୁଲିସ ଅପରାହ୍ଣ ପ୍ରାୟ ୫ଟା ୩୦ ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ସେହି ଘରେ କିଟୁ ଗଣେଶଙ୍କ ଶବକୁ ଜଗି ବସିଥିଲା। ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ପହଞ୍ଚି ତନାଘନା କରି ଏକ ଦେଶୀ ପିସ୍ତଲ ଓ ଖାଲି କ୍ୟାଟ୍ରିଜ୍‌ ଜବତ ହୋଇଛି। ଗଣେଶଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ୧୬ ତାରିଖରେ ପୁଲିସ କିଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ତାଙ୍କୁ ଚାରିଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଛି। 

କ୍ୟାରମ୍‌ବୋର୍ଡରେ ପାଣିଢଳାରୁ ବିବାଦ
ଜିରୋ ରେଞ୍ଜରୁ ଫୁଟିଲା ଗୁଳି

ପୁଲିସ ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛି। ମଧୁପାଟଣା ଥାନା ତିନିଘରିଆର ଜଣେ ଅପରାଧୀ ଆଲୁ ସହ କିଟୁର ଭଲ ସମ୍ପର୍କ ଥିଲା। ପ୍ରାୟ ୫ ବର୍ଷ ତଳେ ସେ ମା’କୁ ନେଇ ଭୁବନେଶ୍ବର ଖଣ୍ଡଗିରି ଯାଇଥିଲା। ଏହି ସମୟରେ ସେ କିଟୁକୁ ବନ୍ଧୁକ ଦେଇ ଯାଇଥିଲା। କିନ୍ତୁ ତାର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଏହି ବନ୍ଧୁକ କିଟୁ ନିଜ ପାଖରେ ରଖିଥିବା ପୁଲିସ ସାମନାରେ କହିଛନ୍ତି। ଏହି ବନ୍ଧୁକକୁ କିଟୁଙ୍କ ଅନ୍ୟ ବନ୍ଧୁମାନେ ସେହି ଘରେ ପୂର୍ବରୁ ବି ଦେଖିଥିଲେ। ଗଲା ୧୫ ଦିନ ତଳେ କିଟୁ ଓ ଅନ୍ୟମାନେ ଜଗତସିଂହପୁରର ଗଣେଶଙ୍କ ଘରକୁ ଏକ ପୂଜାରେ ଯୋଗଦେବାକୁ ଯାଇଥିଲେ। ପରସ୍ପର ମଧ୍ୟରେ ପାରିବାରିକ ସମ୍ପର୍କ ଥିବାରୁ ଉଭୟ ଘରକୁ ଯିବାଆସିବା କରୁଥିଲେ। ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳରେ ଭଡ଼ାଘରେ ସେ ପତ୍ନୀ ଓ ପିଲାଙ୍କ ସହିତ ରୁହନ୍ତି। ଭୁବନେଶ୍ବରରେ ସ୍ପେୟାର ପାର୍ଟସ୍ ବ୍ୟବସାୟ କରନ୍ତି। ଜଗତସିଂହପୁର ଜିଲ୍ଲା ଏସରମା ଥାନା ଭିରଙ୍ଗ ଅଞ୍ଚଳର ଗଣେଶ ଓରଫ ବିକାଶ ମହାନ୍ତି ମଧୁପାଟଣା ଥାନା ରାଜେନ୍ଦ୍ରନଗର ଅଞ୍ଚଳରେ ଭଡ଼ା ଘରେ ସେ ପତ୍ନୀ ଓ ପିଲାଙ୍କ ସହିତ ରହୁଥିଲେ। ସେ ଭୁବନେଶ୍ବର ହଂସପାଳରେ ସ୍ପେୟାର ପାର୍ଟସ୍ ବ୍ୟବସାୟ କରନ୍ତି। ଏ ନେଇ ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓ ରବିବାର ମଧୁପାଟଣା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe