୧୪ ଦିନରେ ମଲେଣି ୪ ଡଲଫିନ୍‌

Advertisment

ଶବ ପାଉନି ବନ ବିଭାଗ

ଶବ ପାଉନି ବନ ବିଭାଗ

୧୪ ଦିନରେ ମଲେଣି ୪ ଡଲଫିନ୍‌

ବ୍ରହ୍ମଗିରି : ଚିଲିକାରେ ଡଲଫିନ୍‌ଙ୍କ ଉପରେ ବିପଦ ମାଡ଼ି ଆସୁଛି। ଗୋଟିଏ ପରେ ଗୋଟିଏ ଡଲଫିନ୍‌ଙ୍କ ଜୀବନ ଚାଲି ଯାଉଛି। ଏମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟିି ହୋଇଛି। ଅସୁରକ୍ଷିତ ଅବସ୍ଥାରେ ଚିଲିକାରେ ଡଲଫିନ୍‌ ମରୁଥିବାବେଳେ ବନ ବିଭାଗ ନିକଟରେ ଖବର ରହୁନି। ଏପରିକି ଡଲଫିନ୍‌ ଶବ ମଧ୍ୟ ମିଳୁନି। ବନ ବିଭାଗ ଅଧିକାରୀଙ୍କ କହିବା କଥା ହେଲା ଡଲଫିନ୍‌ ମରିବାର ଖବର ଅଛି। କିନ୍ତୁ ଆମେ ଶବ ପାଉ ନାହୁଁ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଚିଲିକାରେ ଡଲଫିନ୍‌ ଗଣନା ପୂର୍ବ ଦିନ ଅର୍ଥାତ୍‌ ଗତ ମାସ ୧୮ ତାରିଖରେ ଦୁଇଟି ଡଲ୍‌ଫିନ୍‌ ମଗରମୁଖ ଚ୍ୟାନେଲରେ ମରି ପଡିଥିଲେ। କିନ୍ତୁ ବନ ବିଭାଗ ପହଞ୍ଚଲାବେଳକୁ ସେଠାରୁ ଶବ ଗାଏବ ହୋଇଯାଇଥିଲା। ସେହିପରି ଚଳିତ ମାସ ୧ରେ ବରୁଣକୁଦା ଚ୍ୟାନେଲରେ ଗୋଟିଏ ଏବଂ ଗତକାଲି ସଂଧ୍ୟାରେ ପୁଣି ଥରେ ମଗରମୁଖ ଚ୍ୟାନେଲରେ ଆଉ ଗୋଟିଏ ଡଲଫିନ୍‌ ମରିପଡିଥିବା ଜଣାପଡିଛି। ବନ ବିଭାଗ ଡଲଫିନ୍‌ ମରିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚବା ବେଳକୁ ଶବ କେଉଁ ଆଡେ ଉଭାନ ହୋଇଯାଉଥିବା ଜଣାପଡିଛି। ଡଲଫିନ୍‌ ଶବ ଗାଏବ ପଛରେ କାହାର ହାତ ରହିଛି? କାହିଁକି ଏହାର ଶବକୁ ଗାଏବ କରାଯାଉଛି? ନା ବନ ବିଭାଗ ଜାଣିଶୁଣି ଶବକୁ ଗାଏବ କରୁଛି? ଏନେଇ ସାଧାରଣରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe