୫ ଫୁଟ୍‌ର ଡଲ୍‌ଫିନ୍‌ ଶବ ଜବତ

Advertisment
୫ ଫୁଟ୍‌ର ଡଲ୍‌ଫିନ୍‌ ଶବ ଜବତ

ବ୍ରହ୍ମଗିରି : ଚିଲିକାରେ ଗତ ୧୫ଦିନ ମଧ୍ୟରେ ଚାରିଟି ଡଲ୍‌ଫିନ୍‌ ମରିଥିବା ଖବର ବନ ବିଭାଗ ପାଖରେ ଥିଲେ ସୁଦ୍ଧା କୌଣସି ଡଲଫିନ୍‌ର ଶବ ମିଳି ନଥିଲା। ତେବେ ଆଜି ଡ୍ରୋଜରକୁଦାରୁ ବନ ବିଭାଗ ଏକ ୫ ଫୁଟ୍‌ ଲମ୍ବର ଇରାଓ୍ଵାଡି ଡଲଫିନ୍‌ ଶବକୁ ଜବତ କରିଛି। ଏହି ଡଲ୍‌ଫିନ୍‌ଟି ପ୍ରାୟ ତିନି ଚାରି ଦିନ ତଳେ ମରିଥିବା ଅନୁମାନ କରାଯାଉଛି। ସାତପଡା ରେଞ୍ଜ୍‌ ପକ୍ଷରୁ ଆଜି ଏହି ବୟସ୍କ ଡଲଫିନ୍‌ର ଶବ ଉଦ୍ଧାର ପରେ ତାକୁ ବ୍ୟବଚ୍ଛେଦ କରାଯାଇ ଏହାକୁ ରେଞ୍ଜ କାର୍ଯ୍ୟାଳୟରେ ପୋତି ଦିଆଯାଇଛି। ସାତପଡ଼ା ରେଞ୍ଜ ଅଧିକାରୀ ଗଙ୍ଗାଧର ସାହୁଙ୍କ କହିବାନୁଯାୟୀ ଡଲଫିନ୍‌ ଶବ ଭାସୁଥିବା ଖବର ପାଇ ଏହାକୁ ଉଦ୍ଧାର କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଶ୍ରୀ ସାହୁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe