ଘରୋଇ ହିଂସା ଅଭିଯୋଗ ମାମଲା : ଲୋପାମୁଦ୍ରାଙ୍କ ଆବେଦନର ଶୁଣାଣି ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ଘରୋଇ ହିଂସା ଅଭିଯୋଗ ମାମଲା : ଲୋପାମୁଦ୍ରାଙ୍କ ଆବେଦନର ଶୁଣାଣି ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା ମିଶ୍ର ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନରେ ଦାୟର କରିଥିବା ମାମଲାର ଶୁଣାଣି ୨ ମାସ ଭିତରେ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍‌ଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଲୋପାମୁଦ୍ରାଙ୍କ ସ୍ୱାମୀ ସବ୍ୟସାଚୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଦୁଇ ମାସ ଭିତରେ ନିମ୍ନ ଅଦାଲତ ବିଚାରାଧୀନ ଥିବା ଆବେଦନର ଶୁଣାଣି ଶେଷ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟରେ ମାମଲାର ଶୁଣାଣି ଯଦି ଶେଷ ନ ହୁଏ ତେବେ ପକ୍ଷମାନେ ଅନ୍ତରୀଣ ଆବେଦନ ଦାୟର କରି ପାରିବେ ଓ ଅଦାଲତ ଶୁଣାଣିରେ ବିଳମ୍ବ ପାଇଁ ଦାୟୀ ପକ୍ଷଙ୍କ ତ୍ରୁଟିକୁ ବିଚାରକୁ ନେଇ ଆଇନ ଅନୁସାରେ ଏପରି ଆବେଦନ ଉପରେ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଲୋପାମୁଦ୍ରାଙ୍କ ପକ୍ଷରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି, ଅସିତ କୁମାର ଜେନା ଓ ସୁଶାନ୍ତ ଶେଖର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe