New Indian Express
ଭୁବନେଶ୍ବର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ମଂଗଳବାର ଦିନ ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଦିଆଯାଇଛି। ଏଲ୍ ଆଣ୍ଡ୍ ଟି ପକ୍ଷରୁ ନିର୍ଦ୍ଦେଶକ ଶୈଳେନ୍ଦ୍ର ରାୟ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୫ କୋଟି ଟଙ୍କାର େଚକ୍ ପ୍ରଦାନ କରିଥିଲେ। ସେହିପରି ପାରାଦୀପ ପୋର୍ଟ ଟ୍ରଷ୍ଟ ୫ କୋଟି, ଆହ୍ଲାବାଦ ବ୍ୟାଙ୍କ ୫ କୋଟି, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨,୬୦,୧୯,୯୦୨ ଟଙ୍କା, ନାବାର୍ଡ ୧,୩୦,୮୧,୦୮୯ ଟଙ୍କା , ଜେ କେ ପେପର୍ ଲିମିଟେଡ୍ ୧ କୋଟି ୩୦ ଲକ୍ଷ, ଓଡ଼ିଶା ସ୍ପଞ୍ଜ୍ ଆଇରନ୍ ମାନୁଫାକ୍ଚର୍ ୩୩ ଲକ୍ଷ, ଭିଭୋ ଓଡ଼ିଶା ୨୫ ଲକ୍ଷ, ଆଇଆର୍ଇଏଲ୍ ୨୩,୯୪,୯୩୭ ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୨୨,୦୫,୦୦୧ ଟଙ୍କା ପ୍ରଦାନ କରିଛନ୍ତି।
ବ୍ରହ୍ମପୁର କେ ସି ଟ୍ରଷ୍ଟ ପରିଚାଳନା କମିଟି ଅଧ୍ୟକ୍ଷ ୨୧,୨୦୦, ରାଉରକେଲା ଚାମ୍ବର୍ସ ଅଫ୍ କମର୍ସ ୮.୧୧ ଲକ୍ଷ, ରାଉରକେଲା ରୋଟାରି କ୍ଲବ୍ ଡିଷ୍ଟ୍ରିକ୍ଟ-୩୨୬୧ ୫ ଲକ୍ଷ, ବମିଖାଲ ବରିଷ୍ଠ ନାଗରିକ କଲ୍ୟାଣ ଫୋରମ୍ ୨୫ ହଜାର, ଶ୍ରୀରାମ ପଲ୍ଲିପେଟ ପ୍ରାଇଭେଟ୍ ଲିମିଟେଡ୍ ୧ ଲକ୍ଷ, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଆସୋସିଏସନ୍ ପକ୍ଷରୁ ପ୍ରଦୀପ ସାହୁ ୫ ଲକ୍ଷ, ଶ୍ରୀରାମ ଅଟୋମଲ୍ ଇଣ୍ଡିଆ ଲିମିଟେଡ୍ର ସିଇଓ ସମୀର ମାଲହୋତ୍ରା ୫ ଲକ୍ଷ, ଆନ୍ଧ୍ର ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ ୧,୩୬,୬୫୫, ରେଡ୍କ୍ରସ୍ ୧ ଲକ୍ଷ, ଓଡ଼ିଶା ରିଜିଅନ୍ ଥିଓସୋଫିକାଲ୍ ଅର୍ଡର୍ ଅଫ୍ ସର୍ଭିସ୍ ୧ ଲକ୍ଷ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ଓ କର୍ମଚାରୀ ୧,୫୭,୭୨୦, ଫର୍ଟିଲାଇଜର୍ ଏମ୍ପ୍ଲୋଇଜ୍ ଟ୍ରାନ୍ସପୋର୍ଟ କୋ-ଅପରେଟିଭ୍ ସୋସାଇଟି ୪ ଲକ୍ଷ, ଓଡ଼ିଶା ଅବସରପ୍ରାପ୍ତ ପୁଲିସ୍ ଅଫିସର୍ ସଂଘ ୫୦ ହଜାର ଓ ମେହସାନା ଇନ୍କମ୍ ଟ୍ୟାକ୍ସ ଏମ୍ପ୍ଲୋଇଜ୍ ୪୪ ହଜାର ଟଙ୍କା ପ୍ରଦାନ କରିଛନ୍ତି। ମୋଟ୍ ୨୫ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୩୧ କୋଟି ୬୦ ଲକ୍ଷ ୪୪ ହଜାର ୫୦୪ ଟଙ୍କା ପ୍ରଦାନ କରାଯାଇଛି।
Follow Us