ଭୁବନେଶ୍ବର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଚେନ୍ନାଇର ସୁନ୍ଦରମ ଫାଇନାନ୍ସ ଲିମିଟେଡ ପକ୍ଷରୁ ୨୫ ଲକ୍ଷ ଟଙ୍କା, ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପକ୍ଷରୁ ୮ ଲକ୍ଷ ୫୦ ହଜାର, ଓଡ଼ିଶା ଜନସ୍ବାସ୍ଥ୍ୟ ଯନ୍ତ୍ରୀ ସଂସ୍ଥା ପକ୍ଷରୁ ୫ ଲକ୍ଷ ୪୫ ହଜାର ୭୯୪, ରାଉଲକେଲା ଆଇଡିଏଲ ଏକ୍ସପ୍ଲୋଜିଭ ଲିମିଟେଡ ପକ୍ଷରୁ ୫ ଲକ୍ଷ ଓ ସେହି ସଂସ୍ଥାର କର୍ମଚାରୀମାନଙ୍କ ପକ୍ଷରୁ ୫୯ ହଜାର ୨୨୧ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ବରଗଡ଼ ବିକାଶ ଏଜୁକେସନାଲ ଇନଷ୍ଟିଚ୍ୟୁସନ ପକ୍ଷରୁ ୫ଲକ୍ଷ, ବରଗଡ଼ ଜିଲ୍ଲା ପ୍ରାଶାସନ ପକ୍ଷରୁ ୨ ଲକ୍ଷ ୩୦ ହଜାର ୫୦୦ ଟଙ୍କା, କଲିକତାସ୍ଥିତ ଉତ୍କଳୀୟ ମିଳିତ ମଞ୍ଚ ପକ୍ଷରୁ ୫୦ ହଜାର, ରଣପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୩୫ ହଜାର, ହାଇଦ୍ରାବାଦର ଜିଓସିଏଲ କର୍ପୋରେସନ ଲିମିଟେଡର କର୍ମଚାରୀମାନଙ୍କ ପକ୍ଷରୁ ୧୩ ହଜାର ୫୬୮ ଓ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ପୋଲିସ ହାଉସିଂ କର୍ପୋରେସନ ପକ୍ଷରୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ ପ୍ରଦାନ କରିଥିଲେ। ମୋଟ ୧୨ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୬୨ ଲକ୍ଷ ୯୪ ହଜାର ୮୩ ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us