ମହାପ୍ରଭୁଙ୍କୁ ୧ କେଜିର ସୁବର୍ଣ୍ଣ ଅଳଙ୍କାର ଦାନ

ମହାପ୍ରଭୁଙ୍କୁ ୧ କେଜିର ସୁବର୍ଣ୍ଣ ଅଳଙ୍କାର ଦାନ

ପୁରୀ: ମହାପ୍ରଭୁଙ୍କୁ ସୁବର୍ଣ୍ଣର ଅଳଙ୍କାର ଦାନ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ। ଦୈନନ୍ଦିନ ବେଶରେ ଲାଗୁଥିବା ଦୁଇଟି ସୁବର୍ଣ୍ଣ ଚିତା ବା ତିଳକ ସେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି।ଏହି ଦୁଇଟି ସୁବର୍ଣ୍ଣ ଚିତାର ଓଜନ ୧ କେଜି ୭୫ ଗ୍ରାମ। ଏହି ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୭୫ଲକ୍ଷ ଟଙ୍କା ହେବ। ଏଥିସହ ଶ୍ରୀମନ୍ଦିର ଭିତରେ ପୂଜା ପାଉଥିବା ପ୍ରଭୁ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ମଧ୍ୟ ଶ୍ରୀ ପଟେଲ ପ୍ରାୟ ୧ଲକ୍ଷ ଟଙ୍କା ମୂଲ୍ୟର ତିନିଟି ରୁପା ମୁକୁଟ ଦାନ କରିଛନ୍ତି।

ଆଜି ବଡ଼ଦାଣ୍ଡରେ ଶୋଭାଯାତ୍ରା ସହକାରେ ଯାଇ ଶ୍ରୀ ପଟେଲ୍‌ ଏହି ସୁନା ଓ ରୁପା ଅଳଙ୍କାର ଦାନ ଦେଇଛନ୍ତି। ଏହି ଅବସରରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍‌ ସୁନାରେ ପ୍ରସ୍ତୁତ ହୋଇଥିବା ଶ୍ରୀ ପଟେଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe