ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା

ଚାନ୍ଦବାଲି : କରୋନା ଭାଇରସ ବିଶ୍ୱମହାମାରୀ ରୁପ ନେଇଥିବା ବେଳେ ଇତି ମଧ୍ୟରେ ୨୦୫ଗୋଟି ଦେଶକୁ ବ୍ୟାପି ସାରିଛି। ତେବେ ଭାରତରେ ୪ହଜାରରୁ ଉର୍ଦ୍ଧ୍ୱ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ୩୯ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ କରୋନା ଭାଇରସରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ଆଜି ବହୁ ବଦାନ୍ୟ ବ୍ୟକ୍ତି ମୂଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ଦାନ କରିଛନ୍ତି । ଚାନ୍ଦବାଲି ବ୍ଲକ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ ବେହୁରା ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ୩୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିବା ବେଳେ ଦୋସିଙ୍ଗା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ମଜିବୁର ରହେମାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ଲକ୍ଷଟଙ୍କା ପ୍ରଦାନ କରିଛନ୍ତି ।

publive-image

ସେହିପରି ଚାନ୍ଦବାଲିର ଯୁବନେତା ତଥା ବିଜୁ ଛାତ୍ର ଜନତାଦଳର ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ନିଜ ବ୍ୟକ୍ତିଗତ ଫଣ୍ଡରୁ ୧୫ ହଜାର ଟଙ୍କା ଚେକ ପ୍ରଦାନ କରିଛନ୍ତି । ସେହିପରି ଚାନ୍ଦବାଲି ବ୍ଲକ ମତୋ ପରୋପକାରୀ ଚେତନା ସଂଘ (ଆଟ୍ରୋଏଷ୍ଟ ଗ୍ରୃପ) ତରଫରୁ କର୍ମକତା ମାନେ ୧୦ହଜାର ଟଙ୍କାର ଚେକ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କୁ ମୂଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ସଭାପତି ବିଶ୍ୱନାଥ ସାହୁ ,ପ୍ରତାପ କୁମାର ଧଳ,ତ୍ରିଲୋଚନ ରାଉତ, ଶଶୀକାନ୍ତ ସାହୁ, ତ୍ରିଲୋଚନ ଦାସ,ସମିର ଦାସ,ଦିନେଶ ବେହେରା,ସୁଦାମ ଚରଣ ରାଉତ,ପ୍ରଦୀପ ନାୟକ,କୃଷ୍ଣ ଚନ୍ଦ୍ର ଜେନା, ରଂଜନ ସ୍ୱରେନ ପ୍ରମୁଖଙ୍କ ସହଯୋଗରେ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe