ଏଚ୩ଏନ୨କୁ ଡରିବାର ନାହିଁ: ଡାକ୍ତର ଅଶୋକ ମହାପାତ୍ର

Advertisment
ଏଚ୩ଏନ୨କୁ ଡରିବାର ନାହିଁ: ଡାକ୍ତର ଅଶୋକ ମହାପାତ୍ର

ଭୁବନେଶ୍ୱର: ଏଚ୩ଏନ୨ କୁ ଭୟ କରିବାର ନାହିଁ ବୋଲି ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଏହା ସାଧାରଣ ଫ୍ଲୁ ଭଳି। ଏହା ବି ଗୋଟେ ଫ୍ଲୁ। ତେବେ ବୟସ୍କ ଓ ଶିଶୁମାନେ ଏନେଇ ସତର୍କ ରହିବାକୁ ପଡ଼ିବ। ଏହାଛଡ଼ା ଯେଉଁ କୋଭିଡ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଇଛି, ସେମାନେ ବି ସତର୍କ ରହିବା ଦରକାର। କାହାର କାଶ ହେଉଥିଲେ, ତାଙ୍କ ନିକଟରୁ ଦୂରେଇ ରହିବା ଉଚିତ।

ଦେଶବ୍ୟାପୀ ଇନ୍‌ଫ୍ଲୁଏଞ୍ଜା ଲୋକମାନଙ୍କ ନିଦ ହଜାଇଛି। ସଂକ୍ରମଣ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣକୁ ନଜରରେ ରଖି ପୁଡ଼ୁଚେରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦ଦିନ ଯାଏ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ମାତ୍ର ଓଡ଼ିଶାରେ ଛୋଟ ପିଲାଙ୍କ କ୍ଷେତ୍ରରେ ଇନ୍‌ଫ୍ଲୁଏଞ୍ଜାର ସ୍ଥିତି କ’ଣ ରହିଛି ତାହା ଜଣାପଡ଼ୁନାହିଁ। ରାଜ୍ୟ ସରକାର ମଧ୍ୟ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣକୁ ନେଇ ସେତେଟା ଚିନ୍ତିତ ଥିବା ଜଣାପଡ଼ୁଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ଜିଲ୍ଲାମାନଙ୍କୁ ଚିଠି ଜାରି କରାଯାଇଛି। ମାତ୍ର ଜିଲ୍ଲାସ୍ତରରେ ପ୍ରକୃତରେ ସର୍ଭେଲାନ୍‌ସ ବା ନିରୀକ୍ଷଣ ଓ ରିପୋର୍ଟିଂ ବ୍ୟବସ୍ଥା କିଭଳି ଚାଲୁଛି ତାହା ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ମୁହଁ ଖୋଲୁ ନାହାନ୍ତି।

ଦେଶବ୍ୟାପୀ ଭୂତାଣୁ ସଂକ୍ରମଣ ବଢ଼ିବା ପଛରେ ମିଳିତଭାବେ ଏଚ୍‌୩ଏନ୍‌୨, ଏଚ୍‌୧ଏନ୍‌୧ ଓ କୋଭିଡ୍‌ ରହିଥିବା ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଓଡ଼ିଶାରେ ଚଳିତବର୍ଷ ଏଚ୍‌୧ଏନ୍‌୧ ବା ସ୍ବାଇନ୍‌ ଫ୍ଲୁର ଗୋଟିଏ ହେଲେ ମାମଲା ନଜରକୁ ଆସିନାହିଁ। କୋଭିଡ୍‌ ମାମଲା ବି କମ୍ ରହିଛି। ହେଲେ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ କିନ୍ତୁ ବଢ଼ି ଚାଲିଛି। ଏହାସହ ଦେଶରେ ଏବେ କରୋନାର ନୂଆ ଉପ-ପ୍ରଭାତି ଏକ୍ସବିବି.୧.୧୬ ବ୍ୟାପିବାକୁ ଆରମ୍ଭ କରିଥିବାରୁ ଏହା ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି। କିଛିଦିନ ତଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଯେଉଁ ସତର୍କତାମୂଳକ ଚିଠି ଜାରି ହୋଇଥିଲା ତହିଁରେ କୋଭିଡ ସଂକ୍ରମଣକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe