ମିଛ ଖବରରେ ବିବ୍ରତ ହୁଅ ନାହିଁ : ଏସ୍‌ଆର୍‌ସି

Advertisment
ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇଛି ବାତ୍ୟା, ୪ ତାରିଖ ସକାଳେ ସ୍ଥଳଭାଗ ଛୁଇଁବା ସମ୍ଭାବନା : ଆଇଏମଡି

ଭୁବନେଶ୍ବର : ଆସନ୍ତା ୧୭ ତାରିଖରୁ ରାଜ୍ୟରେ ଅନ୍‌ଲକ୍ ହେବାର ବିଭିନ୍ନ ଗାଇଡ୍‌ଲାଇନ୍ ସମ୍ପର୍କରେ କିଛି ବ୍ୟକ୍ତି ଆଜି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ‌ଏହି ପୋଷ୍ଟ ଭାଇରାଲ୍‌ ହେଲା ପରେ ଆଜି ରାତିରେ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଟ୍ବିଟ୍‌ କରି ଏହା ଡାହା ମିଛ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଜୁନ୍‌ ୧୭ରୁ ଲକ୍‌ଡାଉନ୍ କିମ୍ବା ଅନ୍‌ଲକ୍ ନେଇ ଓଡ଼ିଶା ସରକାର ଏପରି କୌଣସି ଗାଇଡ୍‌ଲାଇନ୍ ଜାରି କରି ନାହାନ୍ତି। ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଏପରି ଖବରକୁ କେହି ବିଶ୍ବାସକୁ ନିଅନ୍ତୁ ନାହିଁ କିମ୍ବା ବିବ୍ରତ ହୁଅନ୍ତୁ ନାହିଁ। ଠିକ୍ ସମୟରେ ଏସ୍‌ଆର୍‌ସି ଠିକ୍ ମାର୍ଗଦର୍ଶିକା ଜାରି କରିବେ। ଯେଉଁମାନେ ଏହି ମିଥ୍ୟା ଖବର ପୋଷ୍ଟ କରିଛନ୍ତି, ସେମାନେ ତାହାକୁ ତୁରନ୍ତ ପ୍ରତ୍ୟାହାର କରି ନେବାକୁ ସେ କହିଛନ୍ତି।

ଏପରି ମିଥ୍ୟା ପୋଷ୍ଟ ସମ୍ପର୍କରେ ପୁଲିସ୍‌ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏସ୍‌ଆର୍‌ସି ଶ୍ରୀ ଜେନା। ଲୋକଙ୍କ ମଧ୍ୟରେ ଅଯଥା ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ଏପରି ମିଥ୍ୟା ଖବର ଉପରେ ଧ୍ୟାନ ଦେବା ପାଇଁ ସେ ଟ୍ବିଟ୍‌ ମାଧ୍ୟମରେ ଅନୁରୋଧ କରିଛନ୍ତି। ଲୋକଙ୍କ ମଧ୍ୟରେ ଆତଙ୍କ ଓ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe