ଦୁଷ୍କର୍ମ ଘଟଣାରେ ରାଜନୀତି କରାନଯାଉ: ବିଜେଡି

ପଦାରେ ପଡ଼ିଲା ବିଜେଡି ବିବାଦ, ୭ରେ ‘ଅନୁଗୁଳ ବନ୍ଦ’କୁ ସମର୍ଥନ ଦେବେନି ସାଂସଦ

bjd

ଭୁବନେଶ୍ବର: ପୁରୀ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ପୁଲିସ ତାର କାର୍ଯ୍ୟ କରୁଛି। ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହାକୁ ନେଇ ରାଜନୀତି କରାନଯାଉ। ଆଜି ନାବାଳିକା ଗଣ ଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଲକ୍ଷ୍ୟ କରି ଗର୍ଜୁଥିବାବେଳେ ସବୁ ରାଜନୈତିକ ଦଳମାନଙ୍କୁ ବିଜେଡି ଏପରି ନିବେଦନ କରିଛି। ବିଜେଡି ମୁଖପାତ୍ର ଶ୍ରୀମୟୀ ସ୍ବାତୀ ସ୍ନିଗ୍ଧା ମିଶ୍ର କହିଥିଲେ, ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ। ଏଥିରେ ସମସ୍ତେ ମର୍ମାହତ। ଦେଶରେ ବାରମ୍ବାର ଘଟୁଥିବା ମହିଳା ଦୁଷ୍କର୍ମ ନେଇ ସଂସଦରେ ବହୁବାର ବିତର୍କ ହୋଇଛି। କେବଳ ସଂସଦ ନୁହେଁ, ବିଭିନ୍ନ ବ୍ୟବସ୍ଥାପକ ସଭା ଓ ସାମାଜିକ ଅନୁଷ୍ଠାନମାନେ ମଧ୍ୟ ଏଭଳି ଘୃଣ୍ୟ ଘଟଣା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ଆମ ସମସ୍ତେ ଏକଜୁଟ ହେବାର ସମୟ ଆସିଛି। ରାଜନୈତିକ ବୟାନବାଜି ଦ୍ବାରା ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅଧିକ ମାନସିକା ପୀଡ଼ା ମିଳିଥାଏ। ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ଓ ବିଶ୍ବାସ ରଖିବା ଦରକାର। ପୁରୀ ଘଟଣାରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ଼ କରାଯାଇଛି। ତାଙ୍କୁ ଆବଶ୍ୟକ ପରାମର୍ଶ ଆଇନଗତ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସହଯୋଗ କରୁଛି। ପୋକସୋ ଓ ଭାରତୀୟ ପିଙ୍ଗଳ କୋର୍ଡ଼ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ଯେଉଁ ବ୍ୟକ୍ତି ଜାଲ ପରିଚୟ ପତ୍ର ଦେଇଥିଲେ ତାଙ୍କ ବିରୋଧରେ ବି ପୁଲିସ ଏଫଆଇଆର ଦାୟର କରିଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ନ କରି ପୀଡ଼ିତା ଯେପରି ନ୍ୟାୟ ପାଇବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ଶ୍ରୀମତୀ ମିଶ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe