‘ଟିକେଟ କଟିବନି, ପାଖକୁ ଆସନ୍ତୁ’

Advertisment
‘ଟିକେଟ କଟିବନି, ପାଖକୁ ଆସନ୍ତୁ’

ରାଉରକେଲା: ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ରାଉରକେଲା ଷ୍ଟେସନରେ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ପ୍ରଦର୍ଶନୀଙ୍କୁ ଉଦ୍‌ଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉପସ୍ଥିତି ଥିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ରାଉରକେଲା ବିଜେଡ଼ି ବିଧାୟକ ସାରଦା ପ୍ରସାଦ ନାୟକ, ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଡିଆର୍‌ଏମ୍‌ ବିଜୟ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ। ଉଦ୍‌ଘାଟନ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ସାଂସଦ ଶ୍ରୀ ଓରାମ ଓ ଅନ୍ୟ ରେଳ ଅଧିକାରୀଙ୍କ ସହ ପ୍ରଦର୍ଶିତ ଫଟୋ ଚିତ୍ରକୁ ବୁଲି ଦେଖିଥିଲେ।

ଏମାନଙ୍କ ପଛରେ ଥିଲେ ବିଧାୟକ ସାରଦା ନାୟକ। ପ୍ରଦର୍ଶିତ କିଛି ଫଟୋ ଦେଖିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକମାନଙ୍କୁ ଫଟୋ ନେବାକୁ ଅନୁମତି ଦେଇଥିଲେ। ସାମ୍ବାଦିକମାନେ ଫଟୋ ନେବାକୁ ପ୍ରସ୍ତୁତ ହେଉଥିବାବେଳେ ବିଧାୟକ ସାରଦା ନାୟକ ପଛକୁ ଚାଲିଯାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ହସି ହସି କହିଥିଲେ, ‘‘ସାରଦାବାବୁ, କାହିଁକି ପଛକୁ ଯାଉଛନ୍ତି! ଟିକେଟ୍‌ କଟିବ ନାହିଁ, ପାଖକୁ ଆସନ୍ତୁ।’’ କେନ୍ଦ୍ରମନ୍ତ୍ରୀଙ୍କ ଶୁଣି ବିଧାୟକ ଶ୍ରୀ ନାୟକ ବି ମୁରୁକି ହସିଥିଲେ। ଧର୍ମେନ୍ଦ୍ରଙ୍କ ଏହି କେହି ପଦ କଥା ସେଠାରେ ସମସ୍ତଙ୍କୁ ହସାଇବାକୁ ବାଧ୍ୟ କରିଥିଲା। ଶେଷରେ ବିଧାୟକ ଶ୍ରୀ ନାୟକ  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ସାଂସଦ ଶ୍ରୀ ଓରାମଙ୍କ ପାଖରେ ଠିଆ ହୋଇ ଫଟୋ ପୋଜ୍‌ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଧାୟକ ସାରଦାଙ୍କ ପିଠିରେ ଥାପୁଡା ମାରି ‘ଥ୍ୟାଙ୍କ ୟୁ’ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe