କରୋନାକୁ ଯେତିକି ଡରିବା, ସେ ଆମକୁ ସେତିକି ଡରାଇବ; ନିର୍ଭୀକ ଭାବେ କରୋନା ଲକ୍ଷଣ ଦେଖାଗଲେ ପ୍ରକାଶ କରନ୍ତୁ : ସୁବ୍ରତ ବାଗଚୀ

Advertisment
୬୫ ବର୍ଷରେ ପାଠ ପଢ଼ିବେ ସୁବ୍ରତ ବାଗ୍‌ଚି: ଏଲ୍‌ଏଲ୍‌ବି ଷଷ୍ଠ ସେମିଷ୍ଟର ପରୀକ୍ଷା ଦେବେ, ୨୮ ବର୍ଷର ଶିକ୍ଷକ ତାଙ୍କୁ ଗାଇଡ୍ କରୁଛନ୍ତି

DNA India

ଭୁବନେଶ୍ୱର: କରେନାକୁ ଆମେ ଯେତିକି ଡରିବା, ସେ ଆମକୁ ସେତିକି ଡରାଇବ । ଯଦି ଆପଣ ନିଜଠାରେ କରୋନା ଲକ୍ଷଣ ଥିବା ଜାଣିବାକୁ ପାଆନ୍ତି  ତାହେଲେ ସାଈ-ପଡ଼ିଶାରେ ଏହାକୁ ଲୁଚାନ୍ତୁ ନାହିଁ । ଆଗେଇ ଆସନ୍ତୁ ଏବଂ ନିର୍ଭିକ ଭାବରେ ପ୍ରକାଶ କରନ୍ତୁ । ଏହି ନିର୍ଭିକତା ଆପଣଙ୍କୁ ବଞ୍ଚାଇବା ସହ ଆପଣଙ୍କ ପରିବାର ଓ ସମାଜକୁ ବଞ୍ଚାଇବ । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, କରୋନାକୁ ଭୟ କଲେ ଚଳିବ ନାହିଁ । ବରଂ ଏହାର ମୁକାବିଲା କରିବାକୁ ହେବ ।

ଶ୍ରୀବାଗଚୀ କହିଛନ୍ତି, ଓଡ଼ିଶାରେ ୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ୫ ଜଣଙ୍କ ମଧ୍ୟରୁ ଜଣଙ୍କୁ ସରକାରଙ୍କ ତରଫରୁ ୪୯ ଥର ଫୋନ କରାଯାଇଥିଲା । ସରକାର ସଂପୃକ୍ତ ବ୍ୟକ୍ତି କେମିତି ଅଛନ୍ତି ଓ କେଉଁଠି ଅଛନ୍ତି, ଜାଣିବାକୁ ଚାହିଁଥିଲେ । ସଂପୃକ୍ତ ବ୍ୟକ୍ତି କେବଳ ଥରଟିଏ ଫୋନ ଉଠାଇଥିଲେ । ଏହାର କାରଣ ହେଉଛି ଭୟ । ଦୁର୍ବାର ସମୟରେ ଡର ବା ଭୟ ହେଉଛି ଏକ ସ୍ୱାଭାବିକ ପ୍ରତିକ୍ରିୟା । ତେଣୁ ମଣିଷ ହିସାବରେ ଡର ଓ ଭୟକୁ ଜୟ କରିବା ପାଇଁ ଭଗବାନ ଆମକୁ ଶକ୍ତି ଦେଇଛନ୍ତି ।

ପରାମର୍ଶ ଆଳରେ ଶ୍ରୀ ବାଗଚୀ କହିଛନ୍ତି, ଭୟକୁ ଯେତିକି ଡରିବା, ସେ ଆମକୁ ସେତିକି ଡରାଇବ । ଯଦି ଆପଣ ନିଜକୁ ସନ୍ଦିଗ୍ଧ ମନେକରୁଛନ୍ତି, ତାହେଲେ ଦମ୍ଭର ସହ ଆଗେଇ ଆସନ୍ତୁ । ପରିବାର ଓ ପଡୋଶୀଙ୍କୁ କୁହନ୍ତୁ ମୋ ଠାରେ କରୋନାର ଲକ୍ଷଣ ଦେଖାଯାଉଛି ବୋଲି ଭାବୁଛି । ଆପଣ ଯଦି ଆଗେଇ ଆସିବେ, ତାହେଲେ ଆପଣଙ୍କ ନିର୍ଭୀକ ଚରିତ୍ର ଆପଣଙ୍କୁ ବଞ୍ଚାଇ ପାରିବ । ସମାଜ, ଜାତି ସବୁଦିନ ପାଇଁ ଆପଣଙ୍କ ନିକଟରେ ଚିରଋଣୀ ହୋଇ ରହିବ । ଏଥି ସହ ସେ କହିଛନ୍ତି, ଭଗବାନ ନ କରନ୍ତୁ ମୋତେ ମୋତେ କରୋନା ହେଉ । ଯଦି ମୋତେ କରୋନା ହୁଏ, ତାହେଲେ ମୁଁ ଆପଣଙ୍କ ଆଗରେ ନିର୍ଭୟରେ କହିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe