କୋଭିଡ୍‌କୁ ଭୟ କରନି, ସତର୍କ ରୁହ

ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ

TV9 Bharatvarsh

ଭୁବନେଶ୍ବର : ରାଜ୍ୟରେ ଗତ ନଭେମ୍ବର ମାସରୁ ଆଜି ପର୍ଯ୍ୟନ୍ତ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଅଧିକାଂଶ ଦିନ ଏକ ଅଙ୍କରେ ରହୁଛି। ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୧ ରହିଛି। ତେଣୁ କୋଭିଡକୁ ନେଇ ଆତଙ୍କିତ ହେବା ଉଚିତ ନୁହେଁ। ମାତ୍ର ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ଡିଏମ୍‌ଇଟି ଡା. ସିବିକେ ମହାନ୍ତି। କୋଭିଡ ସଚେତନତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବୁଲେଟିନ୍‌ରେ ଡା. ମହାନ୍ତି କହିଛନ୍ତି ଯେ ରାଜ୍ୟରେ କୋଭିଡ ଭିତ୍ତିଭୂମି ସୁବିଧା ରହିଛି। ରାଜ୍ୟ ସରକାର କୋଭିଡ ଚିକିତ୍ସା କେନ୍ଦ୍ର ସଂପୂର୍ଣ୍ଣ ବନ୍ଦ କରି ନାହାନ୍ତି। ଲୋକମାନେ ସଚେତନ ହେବା ଦରକାର। ସରକାରୀ ବ୍ୟବସ୍ଥା ପ୍ରତି ଲୋକମାନେ ଆସ୍ଥା ରଖନ୍ତୁ। ପ୍ରିକସନ ଡୋଜ ନେଇ ନ ଥିବା ଲୋକ ଟିକା ନେବା ଜରୁରୀ। ସମ‌ସ୍ତେ ସୁରକ୍ଷିତ ରହିଲେ ଚୀନ୍ ଭଳି ଅବସ୍ଥା ସୃଷ୍ଟି ହେବନାହିଁ।

ଚୀନ୍‌ରେ କୋଭିଡର ଆତଙ୍କକୁ ଦେଖି ବିଶ୍ବରେ ଆଉ ଏକ ଲହର ନେଇ ଆଶଙ୍କା ପ୍ରକାଶ ପାଇଛି। ହାତ ଗଣତି କିଛି ଦେଶରେ ବିଏଫ୍‌.୭ ଆତଙ୍କ ଖେଳାଇଛନ୍ତି। ତେବେ ଏହି ଉପ-ପ୍ରଜାତି ବିଶ୍ବର ୯୧ଟି ଦେଶରେ ଚିହ୍ନଟ ହୋଇଛି ଓ ଗତ ୨ବର୍ଷ ଧରି ସଂକ୍ରମଣ ଜାରି ରହିଛି। ଚୀନ୍‌କୁ ଲାଗିଥିବା ୧୪ଟି ଦେଶରେ ବିଶେଷ ପରିସ୍ଥିତି ଦେଖିବାକୁ ମିଳିନାହିଁ। ବିଶେଷଜ୍ଞଙ୍କ ମତରେ ବିଏଫ୍‌.୭ର ସଂକ୍ରମଣ ଅଧିକ, ତେବେ ଏହା ପଡ଼ୋଶୀ ଦେଶଙ୍କୁ ମାଡ଼ୁନାହିଁ କାହିଁକି ? ପରୀକ୍ଷାଗାରରେ ଚିହ୍ନଟ ହେଉଥିବା ଭୂତାଣୁ ବାସ୍ତବିକ ପରିପ୍ରେକ୍ଷୀରେ ଏହାର ପ୍ରଭାବ ଅଲଗା ରହିଥାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe