ପୁଣି ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ, ଟୁଇଟ୍ କରି କହିଲେ, ‘ଆଉ ସ୍ୱିଗିରୁ ଖାଦ୍ୟ ଅର୍ଡର କରିବିନି’

Advertisment
କରୋନା କଟକଣା, ଅଲିମ୍ପିକ୍‌ କ୍ବାଲିଫାୟରରୁ ବଞ୍ଚିତ ହେବେ ଦୂତି!

image source--the hindu

ଭୁବନେଶ୍ବର: ଏବେ ପୁଣି ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ । ଏଥର ନିଜର କ୍ରୀଡ଼ା ପ୍ରତିଭା ପାଇଁ ନୁହେଁ, ବରଂ ଏକ ବ୍ୟକ୍ତିଗତ କାରଣରୁ ଆଲୋଚନାର ବିଷୟବସ୍ତୁ ହୋଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ ଟୁଇଟ୍ କରି ଏକ କଥା ଜଣାଇବା ପରେ ଏଭଳି ଚର୍ଚ୍ଚାର ଆରମ୍ଭ ହୋଇଛି।

ଆଉ ସ୍ୱିଗିରୁ ଖାଦ୍ୟ ଅର୍ଡର କରିବେନି ବୋଲି କହିଛନ୍ତି ଦୌଡ଼ରାଣୀ । ଏଭଳି ଏକ ଟୁଇଟ୍ କରିଛନ୍ତି ଖୋଦ୍ ଦୌଡ଼ରାଣୀ ଦୂତୀ ଚାନ୍ଦ । ଟୁଇଟରରେ ସ୍ୱିଗିରୁ ଅର୍ଡର କରିଥିବା ଖାଦ୍ୟର ଏକ ଫଟୋ ସହ ସେ ଲେଖିଛନ୍ତି ଖାଦ୍ୟର ମାନ ଅତି ନିମ୍ନ । ଆଉ ଖାଦ୍ୟର ଏଭଳି ମାନକୁ ନେଇ ଅଭିମାନ କରିବା ସହ ଏଣିକି ଆଉ ସ୍ୱିଗି ଆପରେ ଖାଦ୍ୟ ଅର୍ଡର କରିବେ ନାହିଁ ବୋଲି ସେ ରୋକଠୋକ୍ କହିଛନ୍ତି ।

ଦୂତୀଙ୍କ ଏଭଳି ଟୁଇଟ୍ ଦେଖିବା ପରେ ସ୍ୱିଗି କେୟାର୍ ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି । ଏଥିରେ କୁହାଯାଇଛି ଆପଣ ନିମ୍ନ ମାନର ଖାଦ୍ୟ ପାଇଥିବାରୁ ଆମେ ଦୁଃଖିତ। ଫୋନ୍ ଜରିଆରେ ଆମେ ଆପଣଙ୍କ ସମସ୍ୟାର ସମାଧାନ ଖୁବ ଶୀଘ୍ର କରିଦେବୁ ।
ସେହିପରି ଦୂତୀ ଚାନ୍ଦଙ୍କୁ ଟୁଇଟରରେ ଫଲୋ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ରିଟୁଇଟ୍ କରି ଜଣେ ଫଲୋଅର୍ ଲେଖିଛନ୍ତି, ‘ସ୍ୱିଗି ଅର୍ଡରରେ ଯେଉଁ ବିରିୟାନି ଆସୁଛି ତାହା ଅଧାପୋଡ଼ା। ଦୂତୀଙ୍କର ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଖାଦ୍ୟ ଅର୍ଡର କରିବା ବେଳେ କେଉଁ ହୋଟେଲ୍ କିମ୍ବା ରେସ୍ତୋରାଁରୁ ଖାଦ୍ୟ ଆସୁଛି, ତା ଉପରେ ଧ୍ୟାନ ଦେବା ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe