ଗରମରୁ ନିସ୍ତାର ନାହିଁ

Advertisment
ଗରମରୁ ନିସ୍ତାର ନାହିଁ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେଉଛି। ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ମୌସୁମୀ ଛୁଇଁଛି। ଆଗାମୀ ଦୁଇରୁ ତିନି ମଧ୍ୟରେ ଏହା ଅଧିକ ସକ୍ରିୟ ହେବା ସହ ରାଜ୍ୟର ଅନ୍ୟ ଅଞ୍ଚଳକୁ ପ୍ରବେଶ କରିବାକୁ ପାଗ ଅନୁକୂଳ ରହିଛି। ମୌସୁମୀ ଆଗମନ ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଗତକାଲିଠାରୁ ଆଜି ପୂର୍ବାହ୍ନ ସୁଦ୍ଧା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୪୩ ‌ମିମି, କେ ନୂଆଗାଁରେ ୧୬.୨, ଜି ଉଦୟଗିରିରେ ୨.୨ ମିମି, ଗଜପତି ଜିଲ୍ଲା ଆର ଉଦୟଗିରିରେ ୧୯.୪, ନୂଆଗଡ଼ରେ ୧୦.୨, ରାୟଗଡ଼ାର କୋଟ୍ରାଗୁଡ଼ାରେ ୨.୪, କୋରାପୁଟର ନନ୍ଦପୁରରେ ୨ ମିମି ବର୍ଷା ‌ରେକର୍ଡ କରାଯାଇଛି।

ଆସନ୍ତା ୧୧ ଓ ୧୨ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ନୂଆପଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଏହି ସମୟରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପବନ ହେବ। ପରବର୍ତ୍ତୀ ଦୁଇ ଦିନ ମଧ୍ୟ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହୋଇପାରେ। ଆଜି ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ବୌଦ୍ଧରେ ୪୧.୭, ବଲାଙ୍ଗୀରରେ ୪୧.୫, ମାଲକାନଗିରିରେ ୪୧.୩, ଟିଟିଲାଗଡ଼ରେ ୪୧ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲିଯାଇଛି। ଭୁବନେଶ୍ବର ତାପମାତ୍ରା ପୁଣିଥରେ ୩୯.୬ ଡିଗ୍ରିରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe