Don't suffer from displacement: ବିସ୍ଥାପନ ଦୁଃଖ ସରୁନି: ଜୀବିକା ପାଇଁ ଦେଶୀ ଡଙ୍ଗାରେ ଜଳଭଣ୍ଡାର ପାର

Advertisment

କୋଲାବ ଜଳଭଣ୍ଡାର ପାଇଁ ବିସ୍ଥାପିତ ହେଲେ ଦୁଇ ଗ୍ରାମବାସୀ। ଥଇଥାନ ପାଇଁ ପଦକ୍ଷେପ ନେଇଥିଲା ପ୍ରଶାସନ। ହେଲେ ଜଳଭଣ୍ଡାର ଅପରପାର୍ଶ୍ବରେ ଜମି ଏବଂ ଅନ୍ୟପଟରେ ଘର ଯୋଗୁଁ ବିସ୍ଥାପନ ଦୁଃଖ କମିବା ବଦଳରେ ବଢ଼ୁଛି।

କୋଲାବ ଜଳଭଣ୍ଡାର ପାଇଁ ବିସ୍ଥାପିତ ହେଲେ ଦୁଇ ଗ୍ରାମବାସୀ। ଥଇଥାନ ପାଇଁ ପଦକ୍ଷେପ ନେଇଥିଲା ପ୍ରଶାସନ। ହେଲେ ଜଳଭଣ୍ଡାର ଅପରପାର୍ଶ୍ବରେ ଜମି ଏବଂ ଅନ୍ୟପଟରେ ଘର ଯୋଗୁଁ ବିସ୍ଥାପନ ଦୁଃଖ କମିବା ବଦଳରେ ବଢ଼ୁଛି।

adgdgdgzvv

କୋରାପୁଟ: କୋଲାବ ଜଳଭଣ୍ଡାର ପାଇଁ ବିସ୍ଥାପିତ ହେଲେ ଦୁଇ ଗ୍ରାମବାସୀ। ଥଇଥାନ ପାଇଁ ପଦକ୍ଷେପ ନେଇଥିଲା ପ୍ରଶାସନ। ହେଲେ ଜଳଭଣ୍ଡାର ଅପରପାର୍ଶ୍ବରେ ଜମି ଏବଂ ଅନ୍ୟପଟରେ ଘର ଯୋଗୁଁ ବିସ୍ଥାପନ ଦୁଃଖ କମିବା ବଦଳରେ ବଢ଼ୁଛି। ଡ୍ୟାମ ପ୍ରତିଷ୍ଠାକୁ ୪୦ବର୍ଷ ବିତିଥିବା ବେଳେ ଦୁଇ ଖଣ୍ଡ ଗ୍ରାମବାସୀଙ୍କୁ ପ୍ରଶାସନ ମୋଟର ବୋଟ ଯୋଗାଇବାରେ ସକ୍ଷମ ହୋଇନି। ଫଳରେ ଜୀବିକା ପାଇଁ ଜୀବନକୁ ବାଜି ଲଗାଇ ପ୍ରତ୍ୟେହ ଦେଶୀ ଡଙ୍ଗାରେ ଜଳଭଣ୍ଡାର ପାର ହେଉଛନ୍ତି ୨୦ରୁ ୩୦ ଚାଷୀ।

କୋରାପୁଟ ସଦର ବ୍ଲକ ପଦ୍ମପୁର ପଞ୍ଚାୟତର କୋଟିଆଗୁଡ଼ା ଓ ବରଗୁଡ଼ା ଗାଁ। ୧୯୮୫ରେ କୋଲାବ ଜଳଭଣ୍ଡାରରେ ପାଣି ଭର୍ତ୍ତି ହେବା ପରେ ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। ଗୋପାଳପୁଟ ଗାଁ ଜଳଭଣ୍ଡାରକୁ ଲାଗି ରହିଥିବା ବେଳେ ଏହି ଗାଁ ନିକଟରେ ବିସ୍ଥାପିତ କୋଟିଆଗୁଡ଼ା ଓ ବରଗୁଡ଼ାବାସୀଙ୍କୁ ଥଇଥାନ କରିଥିଲା ପ୍ରଶାସନ। ପୁରୁଷ ପୁରୁଷର ଭିଟାମାଟି ଓ ଚାଷଜମିକୁ ଗ୍ରାମବାସୀ ହରାଇବା ପରେ ପ୍ରଶାସନ ଜଳଭଣ୍ଡାର ଅପରପାର୍ଶ୍ବରେ ଦେଇଥିବା ଜମି ଉପରେ ସଭିଁଏ ନିର୍ଭରଶୀଳ। କୋଟିଆଗୁଡ଼ା, ବରଗୁଡ଼ା ସମେତ ଗୋପାଳପୁଟ ଗ୍ରାମବାସୀଙ୍କ ଜମି ମଧ୍ୟ ଜଳଭଣ୍ଡାରରେ ଲୀନ ହୋଇଛି। ହରାଇଥିବା ଜମିର ଉଚିତ ମୂଲ୍ୟ ପାଇନଥିବାରୁ ସଂଗ୍ରାମ ଜାରି ରଖିଛନ୍ତି ବିସ୍ଥାପିତ। 

ଜଳଭଣ୍ଡାର ଅପରପାର୍ଶ୍ୱରେ ଜମି, ଏପଟେ ଘର
‘ମନ୍‌ କୀ ବାତ୍‌’ରେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ

୩ ଖଣ୍ଡ ଗ୍ରାମବାସୀଙ୍କୁ ଜୀବିକା ଯୋଗାଇବା ପାଇଁ ସରକାର ଜଳଭଣ୍ଡାର ଅପରପାର୍ଶ୍ବରେ ଥିବା ଭରାଡଙ୍ଗରା ପାହାଡ଼ରେ ୨୦୧୫-୧୬ରେ ୧୫ ହେକ୍ଟର ଜମିରେ କଫି ଚାରାରୋପଣ କରିଥିଲେ। ରକ୍ଷଣାବେକ୍ଷଣ କରିଥିଲେ ଗ୍ରାମବାସୀ। ଅମଳ ଆରମ୍ଭ ହେବା ପରେ ୨୦୨୦-୨୧ରେ ୩ ଖଣ୍ଡ ଗ୍ରାମର ୫୦ ପରିବାରକୁ ପ୍ରଶାସନ ୧ ଏକର ଲେଖାଏଁ କଫି ବଗିଚା ହସ୍ତାନ୍ତର କରିଛି। ୨୦୨୧-୨୨ରେ ଉକ୍ତ ପାହାଡ଼ରେ ପୁଣି ୮ ହେକ୍ଟର ଜମିରେ କଫି ଚାରାରୋପଣ କରାଯାଇ ସେଡ୍ ପ୍ଲାଣ୍ଟେସନ୍ କରାଯାଇଛି। ଏହି ବଗିଚାରେ ଫଳ ଧରିବା ପରେ ପୁଣି ବଳକା ଚାଷୀଙ୍କୁ କଫି ବଗିଚା ହସ୍ତାନ୍ତର କରାଯିବ। ପୂର୍ବରୁ ଲଗାଯାଇଥିବା କଫି ବଗିଚାରେ ଗୋଲମରିଚ ଲଗାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ନଷ୍ଟ ହେବାରେ ଲାଗିଛି ବୋଲି କହିଛନ୍ତି ଚାଷୀ ଗୁରୁଦେବ ମାଝୀ। ସେ କହିଛନ୍ତି କଫି ବଗିଚାର ରକ୍ଷଣାବେକ୍ଷଣ, କୋଡା, ଖୋସା, ସଫା, ଟପିଂ ଏବଂ କଫି ଅମଳ ପାଇଁ ବର୍ଷା ହେଉ କିମ୍ବା ଖରା ପ୍ରତିଦିନ ୨୦ରୁ ୩୦ ଚାଷୀ ଓ ଶ୍ରମିକଙ୍କୁ ଜଳଭଣ୍ଡାର ପାର ହେବାକୁ ପଡ଼ୁଛି।  ସୂଚନାଯୋଗ୍ୟ, କଫି ଚାଷ ପାଇଁ ଚାଷୀ ଡଙ୍ଗା ପାର କରି ଯାଉଥିବାର ଫଟୋ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ପୋଷ୍ଟ କରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତଥାପି ପ୍ରଶାସନ ବିସ୍ଥାପିତଙ୍କ ଦୁଃଖ ଦୂର କରିବାରେ ସକ୍ଷମ ହେଉନି। ବର୍ଷା ପୂର୍ବରୁ ମୋଟର ଚାଳିତ ଡଙ୍ଗା ଯୋଗାଇବାକୁ ୩ ଖଣ୍ଡ ଗ୍ରାମର ଚାଷୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe