କରୋନା ପଜିିଟିଭ୍ ଆସିବା ପରେ ଅପରେସନ୍ ପାଇଁ ୧୨ ଦିନରେ ୧୦ଟି ହସ୍ପିଟାଲ ବୁଲିଲେ ଗୁରୁତର ଆହତ

Advertisment

ଚିକିତ୍ସା ଯୋଗାଇ ଦେବା ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ ପରିବାର 

ଚିକିତ୍ସା ଯୋଗାଇ ଦେବା ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ ପରିବାର 

କରୋନା ପଜିିଟିଭ୍ ଆସିବା ପରେ ଅପରେସନ୍ ପାଇଁ ୧୨ ଦିନରେ ୧୦ଟି ହସ୍ପିଟାଲ ବୁଲିଲେ ଗୁରୁତର ଆହତ

ଭୁବନେଶ୍ବର: ଭୁବନେଶ୍ୱରରେ ମୋବାଇଲ ଚୋରି ଅଭିଯୋଗରେ ଆକ୍ରମଣର ଶିକାର ହୋଇଥିବା ଯୁବକ କରୋନା ପଜିଟିଭ ଜଣାପଡିବା ପରେ ରାଜଧାନୀର କୌଣସି ହସ୍ପିଟାଲ ତାଙ୍କର ଅସ୍ତ୍ରୋପଚାର କରୁନଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଯୁବକଙ୍କ ଭାଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ତାଙ୍କ ମାଆ, ବିଏମସି କମିଶନରଙ୍କୁ ଭେଟି ଘଟଣା ସମ୍ପର୍କରେ କହିଛନ୍ତି । ବିଏମସି କମିଶନର କହିଛନ୍ତି, କାହିଁକି ଅସ୍ତ୍ରୋପଚାର କରାଯାଉନି ସେନେଇ ଅନୁଧ୍ୟାନ କରାଯିବ ।

ଜୀବନ-ମୃତ୍ୟୁର ଦୋଛକିରେ ସଂଘର୍ଷ କରୁଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ରଂଜିତ ନାୟକ । ରଂଜିତଙ୍କୁ ମୋବାଇଲ ଚୋରି କରିଥିବା ଅଭିଯୋଗରେ ହୋଇଥିଲା ଭୁଜାଲି ମାଡ । ଅତି ଗୁରୁତର ଅବସ୍ଥାରେ ପ୍ରଥମେ କିମସ ଏବଂ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରଂଜିତଙ୍କ ଅପରେସନ ଜରୁରୀ ହୋଇପଡିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ସେ କରୋନା ପଜିଟିଭ ଜଣାପଡିବା ପରେ ଅପରେସନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନାକରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଖାଲି କ୍ୟାପିଟାଲ ହସ୍ପିଟାଲ କାହିଁକି, ୧୨ଦିନ ଧରି ୧୦ଟି ହସ୍ପିଟାଲ ବୁଲିଥିଲେ ମଧ୍ୟ କେହି ଅପରେସନ୍ କରିବାକୁ ରାଜି ହେଉନାହାନ୍ତି । ବାଧ୍ୟହୋଇ ରଂଜିତଙ୍କ ଭାଇ ଆଜି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ରଂଜିତ ବଂଚିବାକୁ ଲଢେଇ କରୁଥିବା ବେଳେ ଅପରେସନ କରିବା ଏବେ ଜରୁରୀ ହୋଇପଡିଛି । ଏପରି ସ୍ଥି୍ତିରେ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆଜି ରଂଜିତଙ୍କ ମାଆ ବିଏମସି କମିଶନରଙ୍କୁ ଦେଖା କରି କ’ଣ କ’ଣ ଅସୁବିଧା ହେଉଛି ସେ ସମ୍ପର୍କରେ ଅବଗତ କରାଇଛନ୍ତି ।

ଚନ୍ଦ୍ରଶେଖରପୁର ଅରବିନ୍ଦ ବସ୍ତି ଅଂଚଳର ତାପସ କୁମାର ସାହୁଙ୍କ ମୋବାଇଲ ହଜିବା ପରେ ଗୁଣିଆ କଥାରେ ପଡି ତାପସ, ରଞ୍ଜିତ ନାୟକଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ଗତ ୧୨ଦିନ ଧରି ଅସୁସ୍ଥ ରହିଥିବା ରଂଜିତ, ଜୀବନ ବଂଚାଇବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଦୌଡୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe